27.1 C
Bhubaneswar
Monday, March 23, 2026
Homeଓଡିଶାବାଷ୍ପୀତ୍ର ସୁରକ୍ଷା ନିମନ୍ତେ ନିୟୋଜିତ ପ୍ରଚାଳନ ଯନ୍ତ୍ରୀମାନଙ୍କ ତାଲିମ କର୍ମଶାଳା

ବାଷ୍ପୀତ୍ର ସୁରକ୍ଷା ନିମନ୍ତେ ନିୟୋଜିତ ପ୍ରଚାଳନ ଯନ୍ତ୍ରୀମାନଙ୍କ ତାଲିମ କର୍ମଶାଳା

ଭୁବନେଶ୍ବର: ରାଜ୍ୟର ଶିଳ୍ପ ପ୍ରତିଷ୍ଠାନଗୁଡିକରେ ଅବସ୍ଥାପିତ ବାଷ୍ପୀତ୍ର ପ୍ଳାଣ୍ଟଗୁଡ଼ିକର ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଚାଳନ ପଦ୍ଧତିକୁ ଅଧିକ ପ୍ରଭାବୀ ଏବଂ ପାରଦର୍ଶୀ କରିବା ଲକ୍ଷ୍ୟରେ କାରଖାନାଗୋଡିକରେ ନିୟୋଜିତ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ( Boiler Operation Engineer) ମାନଙ୍କ ପାଇଁ ଆଜି ଏକ କର୍ମଶାଳା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କର୍ମଶାଳାକୁ କାରଖାନା ଏବଂ ବାଷ୍ପୀତ୍ର ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ ଉଦଘାଟନ କରିଥିଲେ । ତାଙ୍କ ଉଦବୋଧନରେ ବାଷ୍ପୀତ୍ର ଚାଳନରେ ଏକାଗ୍ରତା ଅପରିହାର୍ଯ୍ୟ ବୋଲି ଦର୍ଶାଇ ତାଲିମ ସହିତ ସମାନ୍ତରାଳ ଭାବେ ଯୋଗକୁ ପ୍ରାଧାନ୍ୟ ଦେବାର ସମୟ ଉପନୀତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । କାରଖାନା ପରିଚାଳନା କର୍ତ୍ତୃପକ୍ଷ ତଥା ପ୍ରବନ୍ଧନ ସ୍ତରରେ ଅବସ୍ଥାପିତ ସମସ୍ତ କର୍ମକର୍ତ୍ତା ଯୋଗକୁ ଅଗ୍ରାଧିକାର ଦେଲେ ଶ୍ରମିକମାନଙ୍କ ମଧ୍ୟରେ ବିଷାଦ ଭାବ ଦୂର ହେବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଯୋଗ ବିଶାରଦଙ୍କ ଦ୍ଵାରା ତାଲିମ ପ୍ରଦାନ ପରେ ନିର୍ଦ୍ଦେଶାଳୟର ସମ୍ବଲପୁର ମଣ୍ଡଳର ଉପନିର୍ଦ୍ଦେଶକ ଶ୍ରୀ ସ୍ଵରୂପ ଜେନା, JSW Energy ବରିଷ୍ଠ ଉପସଭାପତି ଏବଂ ଓଡିଶା ପ୍ରୋଜେକ୍ଟ ହେଡ୍ ଶ୍ରୀ ଅଶେଷ ପାଢୀ, ଲଫଙ୍ଗା ସମ୍ବଲପୁର ଆଦିତ୍ୟ ଆଲୁମିନିଅମ୍ ଯୁଗ୍ମ ଉପସଭାପତି ଶ୍ରୀ ଗୁଲସନ ତିୱାରୀ ଏବଂ ଯାଜପୁର ଟାଟ। ଷ୍ଟୀଲର ଶିଫ୍ଟ ଇନ୍ ଚାର୍ଜ ଶ୍ରୀ ଅବିନାଶ ସେଠୀ ତାଲିମ କର୍ମଶାଳା ପରିଚାଳନାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ରାଜ୍ୟର ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ ରାଜ୍ୟ ଶ୍ରମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନୀତି ରଂଜନ ସେନ କର୍ମଶାଳାରେ ଉଦବୋଧନ ଦେବା ସହିତ ପଚାଶ ଜଣ ଅଂଶଗ୍ରହଣକାରୀ ବାଷ୍ପୀତ୍ର ପ୍ରଚାଳନ ଯନ୍ତ୍ରୀ ( Boiler Operation Engineer) ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking