ଭୁବନେଶ୍ୱର: ଆଜି ମେ ୨୭ ତାରିଖ (ବୁଧବାର) ସନ୍ଧ୍ୟାରେ ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଉପସଭାପତି ଆଦିତ୍ୟ ପ୍ରିତମ ଦାସ ଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ବ ଛାତ୍ର ନୀଳାଦ୍ରି ବିହାର ସ୍ଥିତ ଏଟିଏମ୍ (ATM) ଛକରୁ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରି ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଆଡ଼କୁ ଯାଇଥିଲେ।ସେଠାରେ ପୋଲିସ ଶୋଭାଯାତ୍ରାକୁ ଅଟକାଇଥିଲେ। ସେହି ସମୟ ରେ କିଛି ଛାତ୍ର ଅସରପା (Cockroch) ମୁଖା ପିନ୍ଧି ରାସ୍ତାରେ ଗୁରୁଣ୍ଡିକି ଧର୍ମେନ୍ଦ୍ରଙ୍କ ଘର ଆଡେ ମାଡ଼ିଯାଇଥିଲେ।ଛାତ୍ର ଓ ପୋଲିସ ମାନଙ୍କ ଭିତରେ କିଛି ସମୟ ଧସ୍ତା ଧସ୍ତ୍ତିi ଭିତରେ ପୋଲିସ କିଛି ଛାତ୍ର ନେତା ଙ୍କୁ ଗିରଫ କରିଥିଲେ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ବିଗତ ୫ ବର୍ଷ ଭିତରେ ୪ ଥର ନିଟ(NEET) ପ୍ରଶ୍ନପତ୍ର ଲିକ୍ ହେଇଛି। ଶିକ୍ଷ୍ୟା ମନ୍ତ୍ରୀଙ୍କ ପାଇଁ ଆଜି ସାରା ଦେଶରେ ଓଡ଼ିଶାର ନା ବଦନାମ ହୋଇଛି। ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ ସାରା ଦେଶ ରେ ବହୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଦାଇ।
ତେଣୁ ସେ ନୈତିକତା ଦୃଷ୍ଠି ରୁ ତୁରନ୍ତ ଇସ୍ତଫା ଦିଅନ୍ତୁ। ନହେଲେ ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୱକ ଜିଲ୍ଲା ରେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀଙ୍କୁ ବିରୋଧ କରାଯିବ। ସେହିପରି ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ କହିଥିଲେ ୫ ଦିନ ଭିତରେ ଯଦି ଛାତ୍ର ହତ୍ୟାକାରୀ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଯଦି ଇସ୍ତଫା ନଦିଆନ୍ତି ତେବେ ଏହି ଆନ୍ଦୋଳନ ଉଗ୍ର ରୂପ ନେବ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ମାଟିକୁ ଅଣ୍ଡା ମାଡ଼ ରେ ସ୍ଵାଗତ କରାଯିବ।
ଅନ୍ୟମାନଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ରାଜୀବ ପଟ୍ଟନାୟକ,ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟ ରଞ୍ଜନ ଜେନା, ଅଶୋକ ଦାସ, ବିଶ୍ବଭୂଷଣ ଦାସ, ବାଦଲ ମହାନ୍ତି,ସୁବ୍ରତ ମହାପାତ୍ର,ନିରଞ୍ଜନ ନାୟକ, ଅନିଲ ଦାସ,ମାନସ କର, ଜୟକୃଷ୍ଣ ସୁବୁଦ୍ଧି, ସୌମେନ୍ଦ୍ର ମହାନ୍ତି,ଶିବ ରଞ୍ଜନ ସାହୁ,ତାପସ ଦେ, ଚିନ୍ମୟ ବେହେରା,ଶୁଭମ୍ ଅଭିରାଜ୍,ଚିନ୍ମୟ ସ୍ୱାଇଁ,ଆଦିତ୍ୟ ଅଂଶୁମାନ ପତ୍ର,ଚଣ୍ଡୀ ପ୍ରସାଦ ମହାପାତ୍ର ,ସୌମ୍ୟ ରଂଜନ ରାଉତ, ଶୁଭଙ୍କର ସେଠୀ ସୁବ୍ରତ ଦାସ ଙ୍କ ସମେତ ବହୁ ଛାତ୍ର ଜିଲ୍ଲା ସଭାପତି ଏବଂ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।










