23.1 C
Bhubaneswar
Sunday, December 21, 2025
Homeଓଡିଶାଫାଇଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ପ୍ରଥମ ସମନ୍ୱୟ ବୈଠକ 

ଫାଇଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ପ୍ରଥମ ସମନ୍ୱୟ ବୈଠକ 

ଯାଜପୁର: ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ କାର୍ଯ୍ୟକ୍ରମର ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କାର୍ଯ୍ୟକାରୀ ପରିଚାଳକ ମାନେ ଯୋଗ ଦେଇଥିଲେ। ଡ଼ା. ନିଶିଥ ରଞ୍ଜନ ପାଣି, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପରାମର୍ଶଦାତା ପାୱାରୀ ଟଣ୍ଡ ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ବଟିକା ସେବନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହିତ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ। ଜିଲ୍ଲାର କୋରେଇ ବ୍ଲକ, ବରୀ ବ୍ଲକ, ବଡ଼ଚଣା ବ୍ଲକ, ବ୍ୟାସନଗର ପୌର ପରିଷଦ ଏବଂ ଯାଜପୁର ପୌର ପରିଷଦରେ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଆଶା, ଅଙ୍ଗନୱାଡି କର୍ମୀଙ୍କ ପ୍ରଶିକ୍ଷଣ ପାଇଥିବା ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଘରକୁ ଘର ବୁଲି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଔଷଧ ଖୁଆଯିବ। ଗର୍ଭବତୀ ମା, ୨ ବର୍ଷରୁ କମ ଶିଶୁ ଏବଂ ଗୁରୁତର ରୋଗାକ୍ରାନ୍ତ ଙ୍କୁ ଏହି ଔଷଧ ଦିଆଯିବ ନାହିଁ। ଜିଲ୍ଲାପାଳ ଉପରୋକ୍ତ ବ୍ଲକ୍ ଏବଂ ପୌର ପରିଷଦ ଅଞ୍ଚଳରେ ୯୫ ପ୍ରତିଶତ ଲୋକ ଔଷଧ ଖାଇବାକୁ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ଼ା. ସୁବାଶିସ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରକାଶ ଚନ୍ଦ୍ର ବଳ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଦେବରାଜ ହାଁସଦା, ମହାରାଜା ଯଯାତି କେଶରୀ ଚିକିତ୍ସା ମହା ବିଦ୍ୟାଳୟର ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଯାଜପୁର, ପୌରପାଳିକା, ଏନ୍.ଜି.ଓ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ। ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ବିଶ୍ଵରଞ୍ଜନ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ଭିବିଡି ପରାମର୍ଶଦାତା ଶ୍ରୀ ବଳଦେବ ନନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking