19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଦୁଇ ଯୁବକଙ୍କୁ ଗୁଳି କରି ହତ୍ୟା

ଦୁଇ ଯୁବକଙ୍କୁ ଗୁଳି କରି ହତ୍ୟା

ପାଟନା: ପାଟନାରେ ପୁଣି ଡବଲ ମର୍ଡର । ପାଟନା ସଂଲଗ୍ନ ପାଲିଗଞ୍ଜ ଉପଖଣ୍ଡର ବିକ୍ରମ ଥାନା ଅଞ୍ଚଳର ମଜୌଲି ସିଂହରା ରାସ୍ତାରେ, ଦୁର୍ବୃତ୍ତମାନେ ଦୁଇ ଜଣ ବାଇକ ଆରୋହୀଙ୍କୁ ଉପରେ ଗୁଳି ଚାଳନା କରିଥିଲେ । ଗୁଳି ବାଜିବା ପରେ ଉଭୟ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମଙ୍ଗଳବାର ସକାଳେ ରାସ୍ତା ପାଶ୍ୱର୍ରେ ଦୁଇ ଯୁବକଙ୍କ ମୃତଦେହ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏଫଏସଏଲ ଦଳକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ଉଭୟ ଯୁବକଙ୍କୁ ସୋନୁ କୁମାର ଏବଂ ରୋଶନ କୁମାର ଭାବରେ ଚିହ୍ନଟ କରାଯାଇଛି। ପୋଲିସ ଘଟଣାସ୍ଥଳରୁ ବହୁତ ଗୁଡ଼ାଏ ଗୁଳି ଜବତ କରିଛି। ସନ୍ଦେହ କରାଯାଉଛି ଯେ ଉଭୟ ଯୁବକଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବ।

ଅନ୍ୟପକ୍ଷରେ, ଘଟଣାସ୍ଥଳରୁ ଏକ ବାଇକ୍ ମିଳିଛି ଯାହା କଳା ଏବଂ ଲାଲ ରଙ୍ଗର ଥିଲା। ବାଇକ୍ ଠାରୁ କିଛି ଦୂରରେ ଦୁଇ ଯୁବକଙ୍କ ମୃତଦେହ ରକ୍ତରେ ଜୁଡୁବୁଡୁ ପଡ଼ିଥିବା ମିଳିଥିଲା। ଘଟଣା ସମ୍ପର୍କରେ ବିକ୍ରମ ଥାନା ପ୍ରଭାରୀ ବିନୋଦ କୁମାର କହିଛନ୍ତି ଯେ ରାସ୍ତା କଡ଼ରେ ଦୁଇ ଯୁବକଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଏକ ବାଇକ୍ ମଧ୍ୟ ମିଳିଛି। ସୂଚନା ପାଇବା ପରେ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ୯ ରୁ ୧୦ ଟି ଗୁଳି ସେଲ୍ ଉଦ୍ଧାର କରାଯାଇଛି। ଘଟଣା ବିଷୟରେ ସୂଚନା ପାଟନା ଏଫଏସଏଲ ଦଳକୁ ଦିଆଯାଇଛି। ଘଟଣା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଗତ ସୋମବାର (୦୯ ଜୁନ୍, ୨୦୨୫) ପାଟନାର ଆଲମଗଞ୍ଜ ଥାନା ଅଞ୍ଚଳରେ ଜଣେ ମାଆ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ସମ୍ପର୍କରେ ଏଡିଜି ମୁଖ୍ୟାଳୟ କୁନ୍ଦନ କୃଷ୍ଣନ କହିଥିଲେ ଯେ ପୀଡିତାଙ୍କ ପରିବାରର ପଡ଼ୋଶୀଙ୍କ ସହ ଝଗଡା ହୋଇଥିଲା। ଏହି ଝଗଡା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking