17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୪୫ କୋଟି ଡ୍ରଗ୍ସ ଜବତ, ୪ ମାଫିଆ ଗିରଫ

୪୫ କୋଟି ଡ୍ରଗ୍ସ ଜବତ, ୪ ମାଫିଆ ଗିରଫ

ଆସାମ: ଆସାମରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏ ନେଇ ଘୋଷଣା କରିଛନ୍ତି। ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଆସାମ ପୁଲିସ କାଚର ଜିଲାରୁ ଏହି ଡ୍ରଗ୍ସ ଜବତ କରିଛି। ହିମନ୍ତ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ପୁଲିସର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପୁଲିସ କାଚର ଜିଲାର ଏକାଧିକ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧ ଲକ୍ଷ ୫୦ ହଜାର ୟାବା ବଟିକା(ଡ୍ରଗ୍ସରୁ ତିଆରି ନିଶା ବଟିକା) ଜବତ କରିଥିଲେ। ଏହି ଘଟଣାରେ ୪ ମାଫିଆଙ୍କୁ ପୁଲିସ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking