25.1 C
Bhubaneswar
Wednesday, March 25, 2026
Homeଓଡିଶାବସ-ବାଇକ ଧକ୍କା: ୨ ମୃତ

ବସ-ବାଇକ ଧକ୍କା: ୨ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅଧୀନ ସିରିଆପାଲି ଛକରେ ଆଜି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଛି। ଦୁର୍ଘଟଣାର ସାମ୍ନା କରିଥିବା ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମନୋଜ ମେହେର ଓ ସୁଶାନ୍ତ ମେହେର। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ ଝାରସୁଗୁଡ଼ା ପାର୍ଶ୍ବରୁ ଏକ ଘରୋଇ ଯାତ୍ରୀବାହୀ ‘ଜୟମାତାଦୀ’ ଆଜି ସନ୍ଧ୍ୟାରେ କୁଚିଣ୍ଡା ଅଭିମୁଖେ ଆସୁଥିଲା। ଏହି ବସ୍‌ଟି ଏକ ଟ୍ରକ୍‌କୁ ସିରିଆପାଲି ଛକ ଠାରେ ଓଭରଟେକ କରୁଥିଲା। ବିପରୀତ ପାର୍ଶ୍ବରୁ ଯାଉଥିବା ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚିପିଲିମା  ନିକଟ କରଡୋଲା ଗାଁର ମନୋଜ ମେହେର ଓ ସୁଶାନ୍ତ ମେହେରଙ୍କ ଉପରେ ବସ୍‌ଟି ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking