16.1 C
Bhubaneswar
Thursday, February 5, 2026
Homeଓଡିଶାଅନ୍ତ୍ୟୋଦୟ ଗୃହ ଯୋଜନା ସରକାରଙ୍କ ଚେତନା ଓ ଦାୟିତ୍ଵର ଅଭିବ୍ୟକ୍ତି

ଅନ୍ତ୍ୟୋଦୟ ଗୃହ ଯୋଜନା ସରକାରଙ୍କ ଚେତନା ଓ ଦାୟିତ୍ଵର ଅଭିବ୍ୟକ୍ତି

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ବିଭାଗର ବିଭିନ୍ନ ଯୋଜନାଗୁଡିକ ବିଷୟରେ ସବିସ୍ତୃତ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ, ମାନ୍ୟବର ମନ୍ତ୍ରୀ ବିଭାଗୀୟ ସମସ୍ତ ଅଧିକାରୀ, ସମସ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଇ “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧିକୁ ବହୁଗୁଣିତ କରିପାରିବ ବୋଲି ମତପ୍ରକାଶ କରିଥିଲେ l

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା ବୈଠକ ମଧ୍ୟରେ “ବିକଶିତ ଗାଁ ବିକଶିତ ଓଡ଼ିଶା,” “ଅନ୍ତ୍ୟୋଦୟ ଗୃହ ଯୋଜନା,” “ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ),” “ଏମ.ଜି.ଏନ.ଆର.ଇ.ଜି.ଏସ.” ଓ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ଉପରେ ବିଶେଷ ଅଲୋଚନା ହୋଇଥିଲା। ବୈଠକରେ, ମାନ୍ୟବର ମନ୍ତ୍ରୀ ଏହି ଯୋଜନାଗୁଡ଼ିକର ଅଗ୍ରଗତି ବିଷୟରେ ସୂଚିତ ହୋଇ ଆବଶ୍ୟକୀୟ ଦିଗଦର୍ଶନ ଦେଇଛନ୍ତି। “ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା” ରେ ପ୍ରତି ଗାଁ, ପଞ୍ଚାୟତ, ବ୍ଲକରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ପାଇଁ ଗାଁକୁ ଭଲ ରାସ୍ତା, ଗାଁ ପୋଖରୀର ପୁନରୁଦ୍ଧାର, ପୋଖରୀ ତୁଠର ନବୀକରଣ, ଭାଗବତ ଟୁଙ୍ଗୀ, ବିଦ୍ୟାଳୟ ସମ୍ପ୍ରସାରଣ, ପ୍ରତି ବ୍ଲକରେ ପାଠାଗାର, ଛୋଟ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ, ପିଲାଙ୍କ ଖେଳକୁଦ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ରାଜ୍ୟର ସମୃଦ୍ଧିକୁ ବହୁଗୁଣିତ କରିବ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଥିଲେ l

ଏହି ବୈଠକରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ, ଶ୍ରୀ ଗିରୀଶ ଏସ୍ଏନ୍ ବିଭାଗର ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ l ଏହି ଅବସରରେ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ, ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ଭିନିତ ଭରଦ୍ବାଜ, ଓର୍ମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋଡ଼, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡ଼ ମହେଶ୍ବର ସ୍ବାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ମାନ୍ୟବର ମନ୍ତ୍ରୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ସୂଚିତ କରିଥଲେ l ଆଭାଷୀ ମାଧ୍ୟମ ଦ୍ଵାରା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବୈଠକରେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମାନ୍ୟବର ମନ୍ତ୍ରୀଙ୍କଠାରୁ ଦିଗଦର୍ଶନ ପ୍ରାପ୍ତ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking