21.1 C
Bhubaneswar
Thursday, December 18, 2025
Homeଓଡିଶାସରକାରୀ ନିଯୁକ୍ତି କ୍ଷେତ୍ରରେ ବୟସସୀମା ୪୨କୁ ବୃଦ୍ଧି ପ୍ରସଙ୍ଗ :ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଯୁବ...

ସରକାରୀ ନିଯୁକ୍ତି କ୍ଷେତ୍ରରେ ବୟସସୀମା ୪୨କୁ ବୃଦ୍ଧି ପ୍ରସଙ୍ଗ :ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଯୁବ ସଙ୍ଗଠନ

ଭୁବନେଶ୍ଵର: ରାଜ୍ୟ ଅତିଥି ଭବନ ଠାରେ ଆଜି ରାଜ୍ୟର ବିଭିନ୍ନ ଛାତ୍ର ଓ ଯୁବ ସଂଗଠନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଭିନ୍ନ ସରକାରୀ ପଦପଦବୀରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ପୂର୍ବରୁ ୩୨ ଥିବାବେଳେ, ଗତକାଲି କ୍ୟାବିନେଟରେ ଏହାକୁ ୪୨କୁ ବୃଦ୍ଧି କରାଯାଇଛି। କେବଳ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା‌ ପରୀକ୍ଷା ଆବଶ୍ୟକ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା। କିନ୍ତୁ ପୂର୍ବ ସରକାର ଏହି ଦାବିକୁ ପୂରଣ କରି ନ ଥିଲେ। ଏକ ବର୍ଷ ପୂର୍ତ୍ତି ପୂର୍ବରୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ନିଯୁକ୍ତି ଆଶାୟୀ ଯୁବବର୍ଗଙ୍କ ଦୀର୍ଘ ବର୍ଷର ସ୍ବପ୍ନ ଓ ସଂଘର୍ଷକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଯୁବ ବର୍ଗର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking