18.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶପ୍ରେମିକକୁ ହାତୁଡ଼ିରେ ଛେଚି ହତ୍ୟା କଲା ଧୋକେବାଜ୍ ପ୍ରେମିକା

ପ୍ରେମିକକୁ ହାତୁଡ଼ିରେ ଛେଚି ହତ୍ୟା କଲା ଧୋକେବାଜ୍ ପ୍ରେମିକା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଧୋକେବାଜ ପ୍ରେମିକା ନିଜ ସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କ ମିଶି ନିଜ ପ୍ରେମିକଙ୍କୁ ହତ୍ୟା କରିଛି। ପ୍ରଥମେ ପ୍ରେମିକକୁ ହାତୁଡ଼ିରେ ପିଟି ପିଟି ହତ୍ୟା କରି ଏବଂ ତାଙ୍କ ଶବକୁ ବସ୍ତାରେ ଭର୍ତ୍ତି କରି କେନାଲରେ ଫିଙ୍ଗିଦେଇଥିଲେ। ପୋଲିସ ଏହି ମାମଲାରେ ଅଭିଯୁକ୍ତ ପ୍ରେମିକା ଏବଂ ତାଙ୍କ ସ୍ୱାମୀଙ୍କ ସହ ଅନ୍ୟ ଯୁବକଙ୍କୁ ଗିରଫ କରିଛି। ପୋଲିସ କେନାଲରେ ଶବକୁ ଉଦ୍ଧାର କରିଛି ଏବଂ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତ ପାଖେ ଥିବା ହାତୁଡ଼ି ଏବଂ ବାଇକ୍ ମଧ୍ୟ ଜବତ କରାଯାଇଛି। ୨୩ ମେ ରେ ମୁଜଫରନଗର ଜିଲ୍ଲାର ପୁରକାଜି ଥାନାରେ ଏକ ଅଭିଯୋଗ ଆସିଥିଲା। ଏଥିରେ କୁହାଯାଇଥିଲା ଯେ, ଧନବନ୍ତ ନାମକ ଜଣେ ଯୁବକ ଘରୁ ନିଖୋଜ ଅଛନ୍ତି। ଏହାପରେ ପୋଲିସ ଧନବନ୍ତଙ୍କୁ ଖୋଜିବାକୁ ଲାଗିଥିଲା। ଏହାପରେ ଜଣାପଡ଼ିଥିଲା ଯେ, ଧନବନ୍ତ ଅମ୍ବେହଟା ଗାଁକୁ ଯାଇଥିଲେ, ଏହାପରେ ସେ ଆଉ ଘରକୁ ଫେରିନାହାନ୍ତି।

ପୋଲିସ ଅନୁସନ୍ଧାନ କରି ସେହି ଗ୍ରାମର ସୁଷମା ନାମକ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ରବିନ୍ଦ୍ର, ଏଥିସହ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ସେମାନଙ୍କୁ ଜେରା ହୋଇଥିଲା। ଜେରା ପରେ ସବୁ ସତ ସାମ୍ନାକୁ ଆସିଛି। ସୁଷମା କହିଥିଲେ ଯେ, ତାଙ୍କର ଧନବନ୍ତଙ୍କ ସହ ପ୍ରେମ ସମ୍ବନ୍ଧ ଥିଲା। ହେଲେ ୧ ବର୍ଷ ପୂର୍ବେ ସେ ଧନବନ୍ତଙ୍କଠାରୁ ଅଲଗା ହୋଇଯାଇଥିଲେ। ଯାହାପରେ ଧନବନ୍ତ ସୁଷମାଙ୍କୁ ଭେଟିବା ଲାଗି ଜିଦ୍ ଧରୁଥିଲେ। ସୁଷମାଙ୍କ ସ୍ୱାମୀ ଏହି ବିଷୟରେ ଜାଣିବା ପରେ ସେ ସୁଷମାଙ୍କ ସହ ମିଶି ଧନବନ୍ତଙ୍କୁ ହତ୍ୟାର ଯୋଜନା କରିଥିଲେ। ଏଥିରେ ରବୀନ୍ଦର ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ସାମିଲ କରିଥିଲେ। ଏହାପରେ ସୁଷମା ଧନବନ୍ତଙ୍କୁ ଭେଟିବା ଲାଗି ଡାକିଥିଲେ। ଏହାପରେ ଧନବନ୍ତଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ବର୍ତ୍ତମାନ ଏହି ଘଟଣାର ଆହୁରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking