19.1 C
Bhubaneswar
Sunday, December 21, 2025
Homeଓଡିଶାଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର

ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର

ଯାଜପୁର: ଯାଜପୁର ରୋଡ଼ ଆଦର୍ଶ ଥାନା ଅନ୍ତର୍ଗତ ଚୋରଦା ଛକ ସ୍ଥିତ କାଳୀ ମେଳଣ ପଡିଆ ନିକଟସ୍ଥ ଏକ ଭଡାଘରେ ଜଣେ ବ୍ୟାଙ୍କ ମ୍ୟାନେଜର ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି lସୂଚନା ମୁତାବକ ବ୍ୟାସନଗର ସହର ସ୍ଥିତ ଚୋରଦା କାଳୀ ମେଲଣ ପଡିଆ ନିକଟସ୍ଥ ଭଡାଘରେ ଏକ ସାଟିନ କ୍ରେଡିଟ କେୟାର ନେଟୱାର୍କ ନାମକ ଏକ ବ୍ୟାଙ୍କ ଦୀର୍ଘ ୫ ବର୍ଷ ହେବ ଖୋଲିଛି l ଏହି ବ୍ୟାଙ୍କରେ ଢେଙ୍କାନାଳ ଜିଲ୍ଲା କୋଇଲି ପଙ୍ଗି ଗ୍ରାମର ଶିଶିର ସାହୁ ନାମକ ଜଣେ ବ୍ୟକ୍ତି ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ l ତେବେ ଗତକାଲି ରାତି ୧୧ ଟା ସମୟରେ ଖାଇ ସାରିବା ପରେ ସେ କମ ଟଙ୍କା କଲେକ୍ସନକୁ ନେଇ ଟେନସନରେ ଥିବା ସହ ନିଜେ କମ୍ପାନୀରୁ ଇସ୍ତଫା ଦେଇଥିଲେ l ଏବଂ ତାଙ୍କ ଷ୍ଟାଫ ମାନଙ୍କୁ ମଧ୍ୟ କଲେକ୍ସନ ଟଙ୍କା ବିଷୟରେ ବୁଝାସୁଝା କରିଥିଲେ ବୋଲି କହନ୍ତି ଏବିଓ ସୁକନ୍ୟା ନାୟକ l ତେବେ ମ୍ୟାନେଜର ଶିଶିର ସାହୁ ୧୧ ଟା ପରେ ସମସ୍ତଙ୍କୁ ରୁମରୁ ପଠାଇ ସୋଇଥିଲେ l କିନ୍ତୁ ଆଜି ସଜାଳୁ ଷ୍ଟାଫ ମାନେ ଆସି ଅଫିସ ଖୋଲି ଥିଲେ l ଏବଂ ମ୍ୟାନେଜରଙ୍କ ରୁମକୁ ଯାଇ ଦେଖିଥିଲେ ମ୍ୟାନେଜର ଏକ ଗାମୁଛା ଦ୍ୱାରା ଫ୍ୟାନରେ ଝୁଲୁଥିଲେ ବୋଲି ଷ୍ଟାଫ କହନ୍ତି l ଘଟଣାକୁ ନେଇ ଅଫିସ ଷ୍ଟାଫ ଘର ମାଲିକଙ୍କୁ ଜଣେଇଥିଲେ ଏବଂ ଘର ମଲିକ ସ୍ଥାନୀୟ ୯ ନଂ ୱାର୍ଡ କାଉନସିଲର ମଣିନ୍ଦ୍ର କୁମାର ସାହୁଙ୍କୁ ଜଣାଇବା ପରେ ଶ୍ରୀ ସାହୁ ଯାଜପୁର ରୋଡ଼ ଥାନାକୁ ସୂଚନା ଦେଇଥିଲେ l କାଉନସିଲର ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ସ୍ଥାନୀୟ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ତେବେ ମ୍ୟାନେଜର କାହିଁକି ଓ କେଉଁ କଟଣାରୁ ଆତ୍ମହତ୍ୟା କଲେ ଏବଂ ଏହା ଆତ୍ମହତ୍ୟା ନା ହତ୍ୟା ଏନେଇ ସମସ୍ତ ଷ୍ଟାଫ ମାନଙ୍କୁ ପଚରାଉଚରା କରିବା ସହ ଦୃଢ ତଦନ୍ତ ଚଳାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking