ଭୁବନେଶ୍ୱର: ବଢିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡି ଭଡା ଖର୍ଚ୍ଚ । ମାସିକ ଗାଡି ଭଡା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡି ଭଡା ଖର୍ଚ୍ଚରେ ସଂଶୋଧନ । ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡି ଖର୍ଚ୍ଚ । ଜିଲ୍ଲାପାଳ, ଏସ୍ପିଙ୍କ ଗାଡି ଖର୍ଚ୍ଚ ୪୪,୪୦୦କୁ ବୃଦ୍ଧି କରାଯାଇଛି । ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡି ଖର୍ଚ୍ଚ ୩୭,୨୦୦କୁ ବୃଦ୍ଧି କରାଯାଇଛି । ପ୍ରମୁଖ ସଚିବଙ୍କ ୩୬,୦୦୦ ଏବଂ ସ୍ୱତନ୍ତ୍ର ସଚିବଙ୍କ ୩୧,୨୦୦କୁ ଗାଡି ଖର୍ଚ୍ଚ ବୃଦ୍ଧି କରାଯାଇଛି ।









