22.1 C
Bhubaneswar
Sunday, December 14, 2025
Homeଦେଶ ବିଦେଶୟ୍ୟୁଟ୍ୟୁବର ଜ୍ୟୋତିଙ୍କୁ ୬ ବନ୍ଧୁକଧାରୀ ଯୋଗାଉଥିଲେ ସୁରକ୍ଷା

ୟ୍ୟୁଟ୍ୟୁବର ଜ୍ୟୋତିଙ୍କୁ ୬ ବନ୍ଧୁକଧାରୀ ଯୋଗାଉଥିଲେ ସୁରକ୍ଷା

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଭାରତରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟ୍ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ସୋମବାର ହିସାର କୋର୍ଟ ପୁଣିଥରେ ଜ୍ୟୋତିଙ୍କୁ ୧୪ ଦିନର ନ୍ୟାୟିକ ହେପାଜତରେ ଜେଲ ପଠାଇ ଦେଇଛନ୍ତି । ସୋମବାର (୨୬ ମେ’) ହିସାର ପୁଲିସ୍‌ର ଦୁଇଟି ପର୍ଯ୍ୟାୟରେ ୯ ଦିନିଆ ରିମାଣ୍ଡ (୫ ଦିନ ସହ ଅତିରିକ୍ତ ୪ଦିନ) ଶେଷ ହେବା ପରେ ଜ୍ୟୋତିଙ୍କୁ କୋର୍ଟରେ ହାଜର କରିଥିଲା । ମେ ୧୬ରେ ଜ୍ୟୋତିଙ୍କୁ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ହିସାର ପୁଲିସ୍ ତାଙ୍କୁ ଘରୁ ଉଠାଇନେଇଥିଲା । ହିସାର ପୁଲିସ୍ ରିମାଣ୍ଡରେ ଥିବା ସତ୍ତ୍ୱେ ଜ୍ୟୋତିଙ୍କୁ ଏନ୍‌ଆଇଏ, ଆଇବି, ଏବଂ ସାମରିକ ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି ।

ଜେରା ସମୟରେ ଜ୍ୟୋତି ଅନେକ କଥା ଲୁଚାଇଥିବା ଅନୁମାନ କରାଯାଉଥିବା ସତ୍ତ୍ୱେ ବହୁତ କଥା ସ୍ୱୀକାର ମଧ୍ୟ କରିଛନ୍ତି । ଯେପରିକି ସେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାର ଲୋଭ ଯୋଗୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ । ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ତାଙ୍କୁ ନିୟୋଜିତ କରିଥିଲା ଏବଂ ତାଙ୍କ ପାଇଁ ସବୁଖର୍ଚ୍ଚ ବହନ ମଧ୍ୟ କରୁଥିଲା । ଆଇଏସ୍‌ଆଇ ଜ୍ୟୋତିଙ୍କୁ ଏକ ଆସେଟ୍ ଭାବେ ବ୍ୟବହାର କରୁଥିଲା ବୋଲି ମଧ୍ୟ ସେ ସ୍ୱୀକାର କରିସାରିଛନ୍ତି । ଏପରିକି ଭାରତ-ପାକିସ୍ତାନ ମଧ୍ୟରେ ୪ ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ସମୟରେ ମଧ୍ୟ ଜ୍ୟୋତି ଡାନିଶ୍‌ଙ୍କ ସହ ସମ୍ପର୍କରେ ଥିଲେ । ପ୍ରମାଣ ସ୍ୱରୂପ ତଦନ୍ତ ସମୟରେ ଜ୍ୟୋତି ମାଲହୋତ୍ରାଙ୍କ ଲାପଟପ ଏବଂ ମୋବାଇଲରୁ ଡିଲିଟ ହୋଇଥିବା ଚାଟ୍‌କୁ ଉଦ୍ଧାର କରାଯାଇଛି । ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି । ଜ୍ୟୋତିଙ୍କୁ ପାକିସ୍ତାନରେ ଭିଆଇପି ଟ୍ରିଟ୍‌ମେଣ୍ଟ ମିଳୁଥିଲା । ତାଙ୍କର ପାକିସ୍ତାନ ଗସ୍ତ ଠାରୁ ଆରମ୍ଭ କରି ରହିବା, ଖାଇବା ପର୍ଯ୍ୟନ୍ତ ଏପରିକି ତାଙ୍କ ସୁରକ୍ଷା ପାଇଁ ୬ ଛଅ ଜଣ ବନ୍ଧୁକଧାରୀ ପାକ୍ ସୈନିକ ତାଙ୍କୁ ସୁରକ୍ଷା ମଧ୍ୟ ଦେଉଥିଲେ । ପାକିସ୍ତାନର ଲାହୋରରେ ଅନାରକଲୀ ବଜାରରେ ଘୂରୁଥିବା ସମୟରେ ଜ୍ୟୋତିଙ୍କୁ ୬ ପାକ୍ ସେନୌିକ ଏକେ-୪୭ ବନ୍ଧୁକ ଧରି ସୁରକ୍ଷା ଦେଉଥିବାର କାଲମ୍ ମିଲ୍ ନାମକ ଜଣେ ସ୍କଟଲାଣ୍ଡ୍ ୟୁଟ୍ୟୁବରଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେ ଜାଣିବାକୁ ଚାହିଁଥିଲେ କାହିଁକି ଜ୍ୟୋତିଙ୍କୁ ଏତେ ସୁରକ୍ଷା ଦରକାର । ସେ ମଧ୍ୟ ସେହି ସମୟରେ ପାକିସ୍ତାନ ଗସ୍ତ କରିଥିଲେ ଏବଂ ଅନାରକଲୀ ବଜାରରେ କିଛି ଭିଡିଓ ସୁଟ୍ କରୁଥିଲେ । କାଲାମ୍ ମିଲ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ କାଲାମ୍ ଆବ୍ରୋଡ୍‌ରେ ଜ୍ୟୋତିଙ୍କ ସହ ସେଠାରେ ତାଙ୍କ ସାକ୍ଷାତକାରର ଏକ ଭିଡିଓକୁ ଅପଲୋଡ୍ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

ପ୍ରକାଶ, ପାକିସ୍ତାନ ପାଇଁ ଭାରତରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ଜ୍ୟୋତି ଅନ୍ୟତମ ଥିଲେ । ଜେରା ସମୟରେ ସେ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ପୂର୍ବତନ ପାକିସ୍ତାନୀ ହାଇକମିଶନର ଜଣେ କର୍ମଚାରୀ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସମ୍ପର୍କରେ ଥିଲେ । ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଭାରତ ସରକାର ଗତ ମେ ୧୩ ତାରିଖରେ ଡାନିଶକୁ ଦେଶରୁ ବହିଷ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking