31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଗାଡି ଭିତରେ ୭ ମୃତଦେହ

ଗାଡି ଭିତରେ ୭ ମୃତଦେହ

ନୂଆଦିଲ୍ଲୀ: ଗାଡି ଭିତରୁ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏଭଳି ଏକ ଲୋମଟାଙ୍କୁରା ଘଟଣା ସୋମବାର ବିଳମ୍ବିତ ରାତିରେ  ଘଟିଥିବା ଅନୁମାନ କରାଯାଉଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଋଣଗ୍ରସ୍ତ ହୋଇ ପରିବାରର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ,ଡେରାଡୁନର ବାସିନ୍ଦା  ପ୍ରବୀଣ ମିତ୍ତଲ ସୋମବାର ଦିନ ତାଙ୍କ ପରିବାର ସହିତ  ବାଗେଶ୍ୱର ଧାମରେ ଆୟୋଜିତ  ହନୁମାନ କଥା କାଯ୍ୟକ୍ରମରେ ଯୋଗଦେବା ପାଇଁ ପଞ୍ଚକୁଲା ଆସିଥିଲେ । କାଯ୍ୟକ୍ରମ ଶେଶ ପରେ ଘରକୁ ଯିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ସେମାନଙ୍କୁ  ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି। ଏକ କ୍ରାଇମ ସିନ୍ ଟିମ୍, ଫୋରେନସିକ୍ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀମାନେ କଷ୍ଟ ରେ କାରର ଦ୍ୱାର ଖୋଲିଥିଲେ ଏବଂ ଭିତରେ ପୀଡିତମାନଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking