16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଦେଶରେ ହଜାରେ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ହଜାରେ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସକାଳ ୮ଟା ସୁଦ୍ଧା ହଜାରେ ଟପିଲାଣି କୋରୋନା ମାମଲା । ପାଖାପାଖି ୧,୦୦୯କୁ ଛୁଇଁଛି ସଂକ୍ରମଣ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୯୨ ପ୍ରତିଶତ କୋରୋନା ଆକ୍ରାନ୍ତ ଘରୋଇ ଉପଚାରରେ ସୁସ୍ଥ ହେଉଛନ୍ତି । ଅଧିକାରୀମାନେ କହିଛନ୍ତି, ଜେଏନ.୧ ଏହି ନୂତନ ମାମଲା ଜୀବନ ନେବାରେ ଘାତକ ସୃଷ୍ଟିି କରେ ନାହିଁ । କର୍ଣ୍ଣାଟକରେ କୋଭିଡ୍ -୧୯ ବ୍ୟାପିବାର ଭୟ ମଧ୍ୟରେ, ରାଜ୍ୟ ସରକାର ଆଗାମୀ ମାସ ପାଇଁ ଆବଶ୍ୟକୀୟ ପରୀକ୍ଷଣ କିଟ୍ ମହଜୁଦ ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ତଥାପି, ରାଜ୍ୟ ସରକାର ଶନିବାର କହିଛନ୍ତି ଯେ ଏ ସମ୍ପର୍କରେ କୌଣସି ଚିନ୍ତାର ଆବଶ୍ୟକତା ନାହିଁ। କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ୩୫ ଜଣ କୋଭିଡ୍-ପଜିଟିଭ୍ ବ୍ୟକ୍ତିଙ୍କ ମଧ୍ୟରୁ କାହାରି ମଧ୍ୟରେ ଗୁରୁତର ଲକ୍ଷଣ ଦେଖାଯାଇ ନାହିଁ। କେବଳ ମୃଦୁ ଲକ୍ଷଣ ପରିଲକ୍ଷିତ ହୋଇଛି। ଦିଲ୍ଲୀ ସମେତ ଅଧିକାଂଶ ରାଜ୍ୟ ପରାମର୍ଶ ଜାରି କରିଛନ୍ତି ଏବଂ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking