29.1 C
Bhubaneswar
Friday, February 6, 2026
Homeଓଡିଶାଟ୍ରକ୍‌ରେ ପିଟିହେଲା କାର, ୨ ମୃତ

ଟ୍ରକ୍‌ରେ ପିଟିହେଲା କାର, ୨ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ଲଡୁଖାଇ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର ଡିଭାଇଡର ଡେଇଁ ଟ୍ରକରେ ପିଟିହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ୪ ଜଣ ଯୁବକ ସମ୍ୱଲପୁର ପଟୁ ଗୋଡଭଗାକୁ ଏକ କାର୍ ଯୋଗେ ଯାଉଥିବା ସମୟରେ ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ କାରଟି ଜାତୀୟ ରାଜପଥର ଡିଭାଇଡର ଡେଇଁ ବରଗଡ଼ ପଟୁ ଆସୁଥିବା ଏକ ଟ୍ରକରେ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାରରୁ ଯୁବକମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଭାବେ ଆହତ ଅନ୍ୟ ଦୁଇ ଜଣ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking