30.3 C
Bhubaneswar
Friday, June 19, 2026
Homeଓଡିଶାନଦୀରେ ବୁଡ଼ି ଜେଜେବାପା ଓ ନାତି ମୃତ

ନଦୀରେ ବୁଡ଼ି ଜେଜେବାପା ଓ ନାତି ମୃତ

କେନ୍ଦୁଝର: କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ଗ୍ରାମରେ ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେଜେବାପା ବାସୁଦେବ ମହାନ୍ତ ଏବଂ ୯ ବର୍ଷର ନାତି ଦିବ୍ୟାଂଶୁ । ସାନ ନାତିର ଜନ୍ମଦିନ ଥିବାରୁ ମନ୍ଦିର ଯିବା ପାଇଁ ଜେଜେବାପା ଦୁଇ ନାତିଙ୍କୁ ନେଇ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଦୁଇ ନାତି ବୁଡ଼ିଯିବାରୁ ସେମାନଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ସ୍ରୋତକୁ ଡେଇଁପଡ଼ିଥିଲେ ଜେଜେବାପା। କିନ୍ତୁ ନାତିଙ୍କୁ ବଞ୍ଚାଇ ନ ପାରି ନିଜେ ବୁଡ଼ି ପ୍ରାଣ ହରାଇଛନ୍ତି। ବଡ଼ ନାତି ପହଁରି ପହଁରି ଯାଇ ଏକ ପଥରରେ ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ସାନ ନାତିକୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲେ ହେଁ ସେଠାରେ ସାନ ନାତି ଦିବ୍ୟାଂଶୁର ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking