16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବିବାହ ଭାଙ୍ଗିବାରୁ ମଧ୍ୟସ୍ତିଙ୍କୁ ଛୁରୀ ଭୁସୀ ହତ୍ୟା

ବିବାହ ଭାଙ୍ଗିବାରୁ ମଧ୍ୟସ୍ତିଙ୍କୁ ଛୁରୀ ଭୁସୀ ହତ୍ୟା

ମାଙ୍ଗାଲୁରୁ: ବିବାହ ଭାଙ୍ଗିବାରୁ ୫୦ ବର୍ଷିୟ ମଧ୍ୟସ୍ତିଙ୍କୁ ଛୁରୀ ଭୁସୀ ହତ୍ୟା କଲା ଯବୁକ । ଏଭଳି କାଣ୍ଡ ଘଟିଛି ମାଙ୍ଗାଲୁରୁ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଭାଲାଚିଲ ଅଞ୍ଚଳରେ । ମୃତକ ହେଲେ ଭାମାନଜୁରର ବାସିନ୍ଦା ସୁଲେମାନ । ୮ ମାସ ପୂର୍ବରୁ ମୃତକ ସୁଲେମାନ, ଅଭିଯୁକ୍ତ ମୁସ୍ତାଫା (୩୦)ଙ୍କ ବିବାହ ଶାହିନାଜ ନାମକ ଏକ ଝିଅ ସହ କରାଇଥିଲେ । କିନ୍ତୁ ସେହି ଦୁଇ ଜଣଙ୍କ ଭିତରେ ସମ୍ପର୍କ ଦିନକୁ ଦିନ ବିଗିଡ଼ିବାକୁ ଲାଗିଲା । ସବୁବେଳେ ଝଗଡ଼ା ଝାଣ୍ଟି ଲାଗି ରହୁଥୁଲା । ଶେଷରେ ଉକ୍ତ ମହିଳା ଦୁଇ ମାସ ପୂର୍ବେ ତାଙ୍କ ସ୍ବାମୀଙ୍କୁ ଛାଡ଼ି ତାଙ୍କ ବାପ ଘରକୁ ପଳାଇ ଆସିଲେ । ଯାହା ଫଳରେ ମୁସ୍ତାଫା ଏବଂ ସୁଲେମାନଙ୍କ ମଧ୍ୟରେ ଉତ୍ତେଜନା ଆରମ୍ଭ ହେବାକୁ ଲାଗିଲା ।

ପୋଲିସର ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ମୁସ୍ତାଫା ସୁଲେମାନଙ୍କୁ କଲ୍ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ଜବାବରେ, ସୁଲେମାନ ଏବଂ ତାଙ୍କର ଦୁଇ ପୁଅ ରିୟାବ ଏବଂ ସିୟାବଙ୍କ ସହିତ ମିଶି ବିବାଦର ସମାଧାନ ପାଇଁ ଭାଲାଚିଲରେ ଥିବା ମୁସ୍ତାଫାଙ୍କ ଘରକୁ ଯାଇଥିଲେ। ପୁଅମାନେ ବାହାରେ ଅପେକ୍ଷା କରିଥିବା ବେଳେ, ସୁଲେମାନ ଭିତରକୁ ଯାଇ ମୁସ୍ତାଫାଙ୍କ ସହ କଥା ହୋଇଥିଲେ ।

ଏହା ପରେ ସୁଲେମାନ ବାହାରକୁ ଆସି ଆଲୋଚନା ବିଫଳ ହୋଇଛି ବୋଲି କହିଥିଲେ । ଶେଷରେ ସେମାନେ ଘରକୁ ଯିବାକୁ ବାହାରୁଥୁବା ସମୟରେ, ମୁସ୍ତାଫା ହଠାତ୍ ରାଗିକି ଚିତ୍କାର କରି ବାହାରକୁ ଦୌଡ଼ି ପଳାଇ ଆସିଲା । ଏବଂ ସୁଲେମାନଙ୍କ ବେକରେ ଛୁରି ଭୁସିବାକୁ ଲାଗିଲା । ଶେଷରେ ଘଟଣା ସ୍ଥଳରେ ହିଁ ସୁଲେମାନଙ୍କର ମୃତ୍ୟୁ ହୋଇଥିଲା । ଏତିକିରେ ତା ମନ ଶାନ୍ତି ହୋଇନଥିଲା । ତା’ପରେ ସେ ଉଭୟ ପୁଅଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ସିୟାବଙ୍କ ଛାତିରେ ଏବଂ ରିୟାବଙ୍କ ହାତକୁ ଛୁରି ମାରି ଘଟଣାସ୍ଥଳରୁ ଫେରାର ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking