19.1 C
Bhubaneswar
Sunday, December 14, 2025
Homeଦେଶ ବିଦେଶଆତଙ୍କବାଦର କୌଣସି ଧର୍ମ ନାହିଁ

ଆତଙ୍କବାଦର କୌଣସି ଧର୍ମ ନାହିଁ

ନୂଆଦିଲ୍ଲୀ : ‘ଅପରେସନ୍ ସିନ୍ଦୂର’ ପରେ ଆତଙ୍କବାଦ ଉପରେ ପକିସ୍ତାନର ଅସଲ ମୁଖା ସାରା ଦୁନିଆାରେ ଖୋଲୁଛି ଭାରତ। ବିଭିନ୍ନ ଦଳରୁ ଯାଇଥିବା ଭାରତୀୟ ସାଂସଦ ଅଲଗା ଅଲଗା ଦେଶରେ ଅଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ଶିନ୍ଦେଙ୍କ ନେତୃତ୍ବରେ ସାଂସଦଙ୍କ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗୁରୁବାର ୟୁଏଇରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏହି ସମୟରେ ସାଂସଦମାନେ ୟୁଏଇ ସଂଘୀୟ ରାଷ୍ଟ୍ରୀୟ ପରିଷଦର ପ୍ରତିରକ୍ଷା ମାମଲା, ଆଭ୍ୟନ୍ତରୀଣ ଓ ବୈଦେଶିକ ମାମଲାର କମିଟି ଅଧ୍ୟକ୍ଷ ଡକ୍ଟର ଅଲି ରଶିଦ ଅଲ୍ ନୁମାନିଙ୍କୁ ସାକ୍ଷାତ କରିଛନ୍ତି। ଡକ୍ଟର ଅଲ୍ଲୀ ରଶିଦ କହିଛନ୍ତି, ଆତଙ୍କବାଦର କୌଣସି ଧର୍ମ କିମ୍ବା ରାଷ୍ଟ୍ରୀୟତା ନାହିଁ। ଏହା ସମସ୍ତ ମାନବିକତା ଓ ପୁରା ଦୁନିଆ ପାଇଁ ବିପଦ।

ସେ କହିଛନ୍ତି, ଆମେ ଏହି କଥା ଉପରେ ସହମତ ଯେ, ଆତଙ୍କବାଦ କେବଳ ଏକ ରାଷ୍ଟ୍ର କିମ୍ବା ଅଞ୍ଚଳ ପାଇଁ ବିପଦ ନହେଁ। ବର ଏହା ବିଶ୍ବ ପାଇଁ ବିପଦ। ଆମ ମତରେ ଆମକୁ ଏକ ଅନ୍ତର୍ଜାତୀୟ ସମୁଦାୟ ରୂପରେ ଏକାଠି ଆସିବା ଦରକାର। ବିଶେଷ ଭାବରେ ସଂସଦର ସଦସ୍ୟଙ୍କୁ ଯୋଜନା ଓ ରଣନୀତି ଭାବରେ କାମ କରିବା ଦରକାର। ମାନବତା ପାଇଁ ଭଲ ଭବିଷ୍ୟତ ତିଆରି କରିବା ଦରକାର। ଏହି ବୈଠକ ଆତଙ୍କବାଦର ମୁକାବିଲା କରିବା ପାଇଁ ଆମର ଲୋକ ଓ ଆଞ୍ଚଳିକ କ୍ଷେତ୍ରରେ ଭଲ ଭବିଷ୍ୟତ ଗଠନ କରିବା ପାଇଁ ଏକାଟି କାମ କରିବା ଉପରେ ଆମର ପ୍ରତିଶୃତିବଦ୍ଧତା ଉପରେ ଜୋର ଦେଉଛି। ’

ଆତଙ୍କବାଦ ସହ ଲଢିବା ନେଇ ଭାରତର ଚେଷ୍ଟା ଉପରେ ଡକ୍ଟର ରଶିଦ କହିଛନ୍ତି, ଆମେ ପୂର୍ବରୁ ସହଯୋଗ କରୁଛୁ। ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ କୌଣସି ବୁଝାମଣା କରିହେବନି। ଭାରତ ଏକ ରଣନୈତିକ ଫାର୍ଟନର, ଏହା କେବଳ ସରକାର ସହ ନୁହେଁ ବଂର ସେଠାର ଲୋକଙ୍କ ସହ ମଧ୍ୟ ଅଛି। ’ ଉଲ୍ଲେଖନୀୟ ଯେ, ଶିବସେନା ସାଂସଦ ଶ୍ରୀକାନ୍ତ ଶିନ୍ଦେଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ୟୁଏଇ, ଲାଇବୋରିଆ, କଙ୍ଗୋ ଓ ସିଏରା ଲିଓନ ଅଭିମୁଖେ ଗସ୍ତ କରିଛନ୍ତି। ସରକାର ପାକିସ୍ତାନର ଷଡଯନ୍ତ୍ର ଓ ଆତଙ୍କବାଦ ପ୍ରତି ଭାରତର ପ୍ରତିକ୍ରିୟା ବିଷୟରେ ଅନ୍ତର୍ଜାତୀୟ ସମୁଦାୟକୁ ଅବଗତ କରିବା ପାଇଁ ୭ ପ୍ରତିନିଧି ମଣ୍ଡଳୀ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking