ଭୁବନେଶ୍ୱର: ପଞ୍ଚାୟତ ଉପନିର୍ବାଚନ ପାଇଁ ବିଜେପି ପୂରା ପ୍ରସ୍ତୁତ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ରାଜନୈତିକ ଦଳ ଭାବରେ ସବୁବେଳେ ପ୍ରସ୍ତୁତ । ଆମେ ଶାସକ ଦଳ ନିର୍ବାଚନ ଲଢିବୁ । ବିଜୟ କରିବୁ । ଲୋକଙ୍କ ଆଶୀର୍ବାଦ ରହିଲେ ନିଶ୍ଚୟ ଜିତିବୁ । ସୂଚନାଥାଉ କି, ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ବର ପଦବୀ ପାଇଁ ରାଜ୍ୟରେ ଉପ-ନିର୍ବାଚନ ହେବ। ୨୪ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା କରାଯିବ। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦ଟି ଜିଲାରେ ଖାଲିଥିବା ସରପଞ୍ଚ ଏବଂ ୨୩ ଜିଲାରେ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍ ୨୪ ଯାଏ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ମୃତ୍ୟୁ, ଇସ୍ତଫା ଅବା ଅଯୋଗ୍ୟ ଘୋଷଣା ହେବା ଫଳରେ ବିଭିନ୍ନ ଜିଲାରେ ପରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଆସନ ଖାଲି ରହିଛି।









