ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୀମାରୁ ଗଡଚରେଲି ଅଞ୍ଚଳରେ ୫ ମାଓବାଦୀକୁ ଗିରଫ କରାଯାଇଛି। ଏମାନଙ୍କ ନାମରେ ସରକାର ୩୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଡିଭିସିଏମ ସଦସ୍ୟ, ଜଣେ ଏସିଏମ ଏବଂ ଅନ୍ୟ ୩ ଜଣ ପ୍ଲାଟୁନ ସଦସ୍ୟ ରହିଛନ୍ତି। ଗୋଟିଏ ଏସଏଲଆର, ଗୋଟିଏ ୩୦୩, ୩ଟି ସିଙ୍ଗଲ ସଟ୍ ରାଇଫଲକୁ ଜବତ କରାଯାଇଛି। ଗିରଫ ମାଓବାଦୀମାନେ ଚାରି ରାଜ୍ୟରେ ହିଂସା ଘଟାଉଥିବା ପୁଲିସ ନିକଟରେ ସୂଚନା ରହିଛି। ଏମାନଙ୍କୁ ଗିରଫ କରିବା ପରେ ପୁଲିସ ପଚରାଉଚରା କରୁଛି। ଲଗାତାର ପୁଲିସର ଅପରେସନ ଚାଲୁଥିବା ବେଳେ ଛତିଶଗଡ ଓ ମହାରାଷ୍ଟ୍ର ସୀମାରେ ଏମାନେ ଜଙ୍ଗଲରେ ପୁଲିସକୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିବା ବେଳେ ଜଙ୍ଗଲରେ ଘେରି ସୁରକ୍ଷାକର୍ମୀ ଏମାନଙ୍କୁ ଗିରଫ କରିଥିଲେ। ଏମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶା ପ୍ରକଟ କରିଛି।










