21.1 C
Bhubaneswar
Friday, February 6, 2026
Homeଓଡିଶାକେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବିଦ୍ୟାଳୟ ଶିକ୍ଷା ପରିପୃଷ୍ଠ, ସ୍କୁଲ ଭିତ୍ତିଭୂମିର ଉନ୍ନତିକରଣ, ଜାତୀୟ ପାଠ୍ୟକ୍ରମ ରୂପରେଖ ସହିତ ସମନ୍ୱୟ ରଖି ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା, ଶିକ୍ଷକଙ୍କ ଦକ୍ଷତା ବିକାଶ, ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟାନ୍ୱୟନ, ପ୍ରଧାନମନ୍ତ୍ରୀ ପୋଷଣ ଏବଂ ସମଗ୍ର ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସଚିବ ଶ୍ରୀ ସଞ୍ଜୟ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସଙ୍କ ସମେତ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପିଏମ-ପୋଷଣ ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ, ଏସସିଇଆରଟି ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟର ପ୍ରମୁଖ ଯୋଗ ଦେଇଥିଲେ ।

ବୈଠକରେ ଓଡ଼ିଶାରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ସଫଳ କାର୍ଯ୍ୟାନୟ୍ବନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଶିଶୁ ବାଟିକାର ସୁପରିଚାଳନା, ଜାତୀୟ ପାଠ୍ୟକ୍ରମ ରୂପରେଖର ସମନ୍ବୟରେ ରାଜ୍ୟ ପାଠ୍ୟକ୍ରମକୁ ବିକଶିତ କରିବା ଏବଂ ଏଥିରେ ସ୍ଥାନୀୟ ପ୍ରାସଙ୍ଗୀକରଣକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଥିବା ନେଇ ଆଲୋଚନା କରାଯାଇଛି ।

ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଭିତ୍ତିଭୂମିର ବିକାଶ, ରାଜ୍ୟରେ ପିଏମ-ଶ୍ରୀ ଯୋଜନାର ସଫଳ କାର୍ଯ୍ୟକାରିତା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଅଧିକରୁ ଅଧିକ ପିଲାଙ୍କ ନିକଟରେ ପହଞ୍ଚାଇବା, ପ୍ରାକ୍-ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ବ ଦେବା, ପାଠ୍ୟପୁସ୍ତକ ପ୍ରସ୍ତୁତିରେ ରାଜ୍ୟର ଯୋଗଦାନ, ଆଇସିଟି ଓ ଡିଜିଟାଲ ଶିକ୍ଷାର ପ୍ରସାର, ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଉନ୍ନୀତ କରି ଅଧିକରୁ ଅଧିକ ସଂଯୁକ୍ତ ବିଦ୍ୟାଳୟ ଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଚଳିତ ଶିକ୍ଷା ବର୍ଷରୁ ପିଏମ-ପୋଷଣ ସମନ୍ବୟରେ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାକୁ ଗ୍ରହଣ କରିଥିବା ନେଇ ସୂଚନା ଦିଆଯାଇଥିଲା, ଯେଉଁଥିରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ, ସପ୍ତାହକୁ ତିନି ଦିନ ପୁଷ୍ଟିକର ଲଡ଼ୁ ପ୍ରଦାନ ଏବଂ ଗୋଟିଏ ଅତିରିକ୍ତ ଅଣ୍ଡା ପ୍ରଦାନ କରାଯାଉଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟରେ ଶିକ୍ଷାର ସମୃଦ୍ଧ ଯୋଜନା ପ୍ରସ୍ତୁତି ଓ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଘରକୁ ଘର ବୁଲି ୦-୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ଚାଲିଥିବା ସର୍ବେକ୍ଷଣର ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ସର୍ବେକ୍ଷଣ ଦ୍ବାରା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଦେଶ ପାଇଁ ଉଦାହରଣ ସୃଷ୍ଟି କରିବ । ଏହି ସର୍ଭେ ଦ୍ବାରା ପିଲାଙ୍କ ମାତୃଭାଷା ତଥା ଭିନ୍ନକ୍ଷମ ଶିଶୁ ସମ୍ପର୍କିତ ସୂଚନା ମଧ୍ୟ ଉପଲବ୍ଧ ହୋଇପାରିବ ଓ ଆଗାମୀ ବର୍ଷରେ ବିଦ୍ୟାଳୟରେ ନାମ ଲେଖାଇବାକୁ ଥିବା ପିଲାଙ୍କ ସୂଚନା ମିଳିପାରିବ ।

ସୂଚନାନୁସାରେ, ତିନି ଦିନ ଧରି ନୂଆଦିଲ୍ଲୀସ୍ଥିତ ଆଇସିଏଆର୍ ଠାରେ ସମସ୍ତ ରାଜ୍ୟର ଶିକ୍ଷା ସଚିବଙ୍କୁ ନେଇ ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଶିକ୍ଷା ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ବୈଠକରେ ବିଭିନ୍ନ ରାଜ୍ୟଗୁଡ଼ିକ ନିଜ ନିଜର ସଫଳ ଯୋଜନାକୁ ଉପସ୍ଥାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking