19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଗାଜାରେ ପୁଣି ତୀବ୍ର ଆକ୍ରମଣ କଲା ଇସ୍ରାଏଲ, ୨୪ ଘଣ୍ଟାରେ ଗଲାଣି ୧୪୬ ଜୀବନ

ଗାଜାରେ ପୁଣି ତୀବ୍ର ଆକ୍ରମଣ କଲା ଇସ୍ରାଏଲ, ୨୪ ଘଣ୍ଟାରେ ଗଲାଣି ୧୪୬ ଜୀବନ

ନୂଆଦିଲ୍ଲୀ: ଇସ୍ରାଏଲ ସେନାର ଲଗାତାର ଆକ୍ରମଣରେ ଗାଜା ଧ୍ବଂସ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଗାଜାରେ ୧୪୬ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ସହ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଇସ୍ରାଏଲ ବାୟୁସେନା ଗୁରୁବାର ଗାଜା ଉପରେ ମିସାଇଲ ମାଡ଼ କରିଥିଲା । ମାର୍ଚ୍ଚ ମାସରେ ଯୁଦ୍ଧବିରତି ଭଙ୍ଗ ହେବା ପରେ ଏହାକୁ ବୋମା ମାଡ଼ର ସବୁଠାରୁ ଘାତକ ପର୍ଯ୍ୟାୟ ବୋଲି ବିଶ୍ୱାସ କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ଶେଷ ହେବା ପରେ ଇସ୍ରାଏଲୀ ସେନା ଗାଜା ଉପରେ ଏହି ଆକ୍ରମଣ କରିଛି ।

ଉତ୍ତର ଗାଜାରେ ଥିବା ଇଣ୍ଡୋନେସିଆନ୍ ହସ୍ପିଟାଲର ନିର୍ଦ୍ଦେଶକ ମାରୱାନ୍ ଅଲ୍-ସୁଲତାନଙ୍କ ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରି ସୁଦ୍ଧା ଇସ୍ରାଏଲର ଏହି ଆକ୍ରମଣରେ ୫୬ ଜଣ ପ୍ରାଣ ହରାଇଥିଲେ। ସେହି ସମୟରେ ବହୁ ସଂଖ୍ୟକ ଲୋକ ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ସେ କହିଥିଲେ ଯେ, ହସ୍ପିଟାଲ ଭିତରେ ପରିସ୍ଥିତି ଭୟଙ୍କର ରହିଛି । ଗାଜାର ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ୪୫୯ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ଗାଜା ପଟିରେ ଆକ୍ରମଣ ତୀବ୍ର କରାଯାଉଛି ବୋଲି ଶନିବାର ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ତେବେ ଗାଜାରେ ଡାକ୍ତରଖାନାଗୁଡ଼ିକର ଅବସ୍ଥା ବହୁତ ଖରାପ ରହିଛି । ଗତ ୧୯ ମାସ ଧରି ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ସେନା ବାରମ୍ବାର ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରିଛି ବୋଲି ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking