25.1 C
Bhubaneswar
Saturday, February 7, 2026
Homeଓଡିଶାବିଷ ପିଇ ପୁରା ପରିବାର ସଫା

ବିଷ ପିଇ ପୁରା ପରିବାର ସଫା

ପାରଳାଖେମୁଣ୍ଡି : ବିଷ ପିଇ ପୁରା ପରିବାର ସଫା। ପୁଅ ଏବଂ ଝିଅକୁ ବିଷ ଦେଇ ନିଜେ ବିଷ ପିଇଥିଲା ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ପାରଳାସାହି ରେ। ଗତକାଲି ପୁଅ ଏବଂ ଝିଅର ଜୀବନ ଯାଇଥିବାବେଳେ ଆଜି ବାପାଙ୍କର ବି ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ସମୟରେ ନିଜେ ବିଷ ପିଇବା ପରେ ପୁଅ, ଝିଅଙ୍କୁ ବାପା ବିଷ ଦେଇଥିଲେ।

ପୁଅ, ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କିନ୍ତୁ ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କର ମୃତ୍ୟୁ ଘଟିଛି। ଦୁଇ ମାସ ତଳେ ମାଆଙ୍କର ବି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking