29.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶଘରେ ପଶି ଖୋଜି ଖୋଜି ମାରିଲୁ: ମୋଦି

ଘରେ ପଶି ଖୋଜି ଖୋଜି ମାରିଲୁ: ମୋଦି

ଆଦମପୁର: ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତୀୟ ବାୟୁସେନା ଜବାନଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ପ୍ରସାରଣରେ ଭାରତ ମାତା କି ଜୟ ଧ୍ୱନି ସହିତ ତାଙ୍କର ସମ୍ବୋଧନ ଆରମ୍ଭ କରିଛନ୍ତି। ଯବାନଙ୍କୁ ସମ୍ବୋଧନ କରି କହିଛନ୍ତି, “ଭାରତ ମାତା କି ଜୟ ସ୍ଲୋଗାନର ଶକ୍ତି ସାରା ବିଶ୍ୱ ଦେଖିଛି। ଏହା କେବଳ ଏକ ସ୍ଲୋଗାନ ନୁହେଁ ବରଂ ଦେଶର ପ୍ରତ୍ୟେକ ସୈନିକଙ୍କ ପ୍ରତିଜ୍ଞା ଯିଏ ଏହି ଭୂମିର ସୁରକ୍ଷା ପାଇଁ ସର୍ବସ୍ୱ ଦିଅନ୍ତି। ମୁଁ ଗର୍ବର ସହିତ କହିପାରିବି ଯେ ତୁମେ ସମସ୍ତେ ସିଦ୍ଧତାର ସହିତ ତୁମର ଲକ୍ଷ୍ୟସ୍ଥଳରେ ପହଞ୍ଚିଛ। ପାକିସ୍ତାନରେ, କେବଳ ଆତଙ୍କବାଦୀ ଶିବିର ଏବଂ ସେମାନଙ୍କର ବାୟୁସେନା ଘାଟି ଧ୍ୱଂସ ହୋଇନଥିଲା, ବରଂ ସେମାନଙ୍କର ଘୃଣ୍ୟ ଯୋଜନା ଏବଂ ସାହସ ମଧ୍ୟ ପରାଜିତ ହୋଇଥିଲା,” ମୋଦି କହିଥିଲେ।

ମୋଦି ଆହୁରି କହିଥିଲେ, “ଶତ୍ରୁଙ୍କ ଉପରେ ଭାରତ ମାତା କି ଜୟ ହୋଇଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ସେନା ବାହିନୀଙ୍କୁ ମୁଁ ସାଲ୍ୟୁଟ କରୁଛି । ଆତଙ୍କବାଦୀ ଆମ ମା, ଭଉଣୀଙ୍କ ସିନ୍ଦୂର ପୋଛି ଦେଲେ, ଆମେ ସେମାନଙ୍କ ଘରେ ପଶି ଖୋଜି ଖୋଜି ମାରିଲୁ । ୯ଟି ଆତଙ୍କୀ ଠିକଣାକୁ ଆମେ ମାଟିରେ ମିଶାଇଲୁ । ୧୦୦ରୁ ଉର୍ଦ୍ଧ ଆତଙ୍କବାଦୀଙ୍କୁ ନିପାତ କରିପାରିଲୁ । ଏଣିକି ସର୍ବଦା ଘରେ ପଶି ମାରିବୁ, ବଞ୍ଚିବାକୁ ଦେବୁନି । ମହାରାଣା ପ୍ରତାପଙ୍କ ପଂକ୍ତିଙ୍କ ଆଧାର କରି ନିଶାନା କଲେ । ଅପରସେନ ସିନ୍ଦୂର ଆମ ମନୋବଳ ବଢାଇଛି । ୨୦ରୁ ୨୫ ମିନିଟ୍ ଭିତରେ ସଠିକ ଟାର୍ଗେଟ ନିଶ୍ଚିତ ବାହାଦୁରୀ । ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ୍ କରିପାରିଲେ । ଆତ୍ମରକ୍ଷା ବାଟ ନପାଇ ପାକିସ୍ତାନ ବେସାମରିକ ବିମାନ ଉଡାଇଲା । ଆପଣମାନେ ବେଶ୍ ସତର୍କତାର ସହ ଆତଙ୍କୀ ଠିକଣାରେ ପହଞ୍ଚିଲେ । ପାକିସ୍ତାନ ଡ୍ରୋନ, ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ କରିପାରିବନି । ଅପରେସନ ସିନ୍ଦୂର ଆମ ନ୍ୟୁ ନର୍ମାଲ । କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି । ବାୟୁସେନା, ନୌସେନା, ସ୍ଥଳସେନା ମିଶିକି ସଫଳତା ପାଇଲେ ।”

“ଅପରେସନ୍ ସିନ୍ଦୂର ସମୟରେ ମାନବଶକ୍ତି ଏବଂ ମେସିନ୍ ଶକ୍ତି ମଧ୍ୟରେ ଆଶ୍ଚର୍ଯ୍ୟଜନକ ସମନ୍ୱୟ ପ୍ରଦର୍ଶିତ ହୋଇଥିଲା। ପାକିସ୍ତାନର ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ, ଆମର ବାୟୁସେନା ଏବଂ ପ୍ରତିରକ୍ଷା ଭିତ୍ତିଭୂମି ଅକ୍ଷତ ରହିଥିଲା। ଗତ ଦଶନ୍ଧିରେ, ଆମର ସେନା ବିଶ୍ୱର ସର୍ବୋତ୍ତମ ଉପକରଣ ହାସଲ କରିଛି; ଆମେ ପ୍ରଯୁକ୍ତିବିଦ୍ୟା ସହିତ ରଣନୀତିକୁ ମିଶ୍ରଣ କରିବାରେ ଆମର କ୍ଷମତା ପ୍ରମାଣିତ କରିଛୁ,” ମୋଦି କହିଥିଲେ। ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ସାର୍ବଜନୀନ ଭାଷଣର ଗୋଟିଏ ଦିନ ପରେ ମଙ୍ଗଳବାର ସକାଳେ ଆଦମପୁର ଏୟାରବେସ ପରିଦର୍ଶନ କରିଥିଲେ। ସୈନିକମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯିବାରୁ ମୋଦି ଆଦମପୁର ଏୟାରବେସରେ ଜବାନମାନଙ୍କୁ ଭେଟିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking