25.1 C
Bhubaneswar
Wednesday, March 25, 2026
Homeଓଡିଶାଅନଲାଇନ୍ ଗେମ୍ ଖେଳି ଫ୍ରଡର ଶିକାର ହେଲେ ଯୁବକ

ଅନଲାଇନ୍ ଗେମ୍ ଖେଳି ଫ୍ରଡର ଶିକାର ହେଲେ ଯୁବକ

ଯାଜପୁର: ଯାଜପୁର ସଦର ବ୍ଲକ୍ ବିଦ୍ୟାଧରପୁର ଗ୍ରାମର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ଫ୍ରଡ ର  ଶିକାର  ହୋଇଛନ୍ତି। ଦମନ ନାମକ ସଂସ୍ଥାରେ ଅନଲାଇନ ଖେଳ ଖେଳି ୯୧ଲକ୍ଷ ଟଙ୍କାର ଠକାମୀର ଶୀକାର ହୋଇଛନ୍ତି ଯୁବକ । ଯୁବକଙ୍କ ନାମ ଧୀରେନ୍ଦ୍ର କୁମାର ନାୟକ ବୋଲି ଜଣାପଡିଛି। ଧୀରେନ୍ଦ୍ର ପ୍ରଥମେ ୫୦୦ଟଙ୍କାରୁ ଖେଳ ଆରମ୍ଭ କରିଥିଲେ। ଲାଭ ମଧ୍ୟ କରିଥିଲେ। ସେଇଠୁ ଲୋଭ ବି ବଢିଲା। ଧିରେ ଧିରେ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରି ଚାଲିଲେ। ଏପରିକି ନିଜ ପୈତୃକ ଜମିରୁ ୯ଗୁଣ୍ଠ ଜମି, ୪୦୦ଗ୍ରାମ ଓଜନର ସୁନା, ବ୍ୟକ୍ତିଗତ ଜମାରୁ ୧୦ଲକ୍ଷ ଟଙ୍କା ଓ ହାତ ଉଧାରୀ ୧୦ଲକ୍ଷ ଟଙ୍କା ମିଶାଇ ମୋଟ ୯୧ଲକ୍ଷ ଟଙ୍କା ହରାଇଛନ୍ତି ଧୀରେନ୍ଦ୍ର । ଏବେ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ପରିବାରରେ ମଧ୍ୟ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଧୀରେନ୍ଦ୍ର ଏହାକୁ ନେଇ କ୍ରାଇମ୍ ବ୍ରାଞ୍ଚ ଡ଼ିଜି, ସାଇବର୍ କ୍ରାଇମ ଥାନା ଓ ଟାଉନ୍ ଥାନା ଆଦିରେ ଅଭିଯୋଗ କରିଛନ୍ତି। ଟଙ୍କା ଫେରସ୍ତ ପାଇଁ ନିବେଦନ କରିବା ସହ ସମୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking