24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପାକ୍ ଗୁଳିମାଡ଼ରେ ଆନ୍ଧ୍ରର ୨୫ ବର୍ଷୀୟ ଭାରତୀୟ ସୈନିକଙ୍କ ମୃତ୍ୟୁ

ପାକ୍ ଗୁଳିମାଡ଼ରେ ଆନ୍ଧ୍ରର ୨୫ ବର୍ଷୀୟ ଭାରତୀୟ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ରେ ‘ଅପରେସନ୍ ସିନ୍ଦୂର’ର ଗୁଳି ବିନିମୟ ସମୟରେ ଆନ୍ଧ୍ର ପ୍ରଦେଶର ଜଣେ ୨୫ ବର୍ଷୀୟ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ସୈନିକ ଜଣଙ୍କ ହେଉଛନ୍ତି ଗୋରାନ୍ତଲା ମଣ୍ଡଳର କଲ୍ଲି ଥାଣ୍ଡା ଗାଁର ଅଗ୍ନିବୀର ମୁରଲୀ ନାୟକ । ଶୁକ୍ରବାର ଭୋର ପ୍ରାୟ ୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନୀ ସେନାର ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ ଏବଂ କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ନାଏକ ଡିସେମ୍ବର ୨୦୨୨ ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଏବଂ 851 ଲାଇଟ୍ ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ। ସେ ମୁଦାବଥ ଶ୍ରୀରାମ ଏବଂ ଜ୍ୟୋତିବାଇଙ୍କ ଏକମାତ୍ର ପୁଅ ଥିଲେ, ଯେଉଁମାନେ ପୂର୍ବରୁ ମୁମ୍ବାଇର ନିର୍ମାଣ କ୍ଷେତ୍ରରେ ଦିନମଜୁରିଆ ଶ୍ରମିକ ଭାବରେ କାମ କରୁଥିଲେ। ସୈନିକ ମୁରଲୀ ନାଏକଙ୍କ ଅନ୍ତିମ ସଂସ୍କାରରେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ ରାଜ୍ୟମନ୍ତ୍ରୀ ନାରା ଲୋକେଶ ଯୋଗ ଦେଇଥିଲେ।  ମନ୍ତ୍ରୀ ନାରା ଲୋକେଶ ନାଏକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ୫ ଏକର କୃଷି ଜମି, ୩୦୦ ବର୍ଗ ଗଜ ଘର ଜମି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବ୍ୟକ୍ତିଗତ ଭାବରେ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking