31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପିଓକେରେ ‘ଅପ‌ରେସନ୍‌ ସିନ୍ଦୂର’ ସଫଳ ପରେ ଭାରତୀୟ ଅଞ୍ଚଳକୁ ପାକର ଟା‌ର୍ଗେଟ୍‌: ୪ ଶିଶୁଙ୍କ ସମେତ...

ପିଓକେରେ ‘ଅପ‌ରେସନ୍‌ ସିନ୍ଦୂର’ ସଫଳ ପରେ ଭାରତୀୟ ଅଞ୍ଚଳକୁ ପାକର ଟା‌ର୍ଗେଟ୍‌: ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପିଓକେରେ ‘ଅପ‌ରେସନ୍‌ ସିନ୍ଦୂର’ ସଫଳ ହେବାର କିଛି ସମୟ ପରେ ପାକିସ୍ତାନ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ଅଞ୍ଚଳକୁ ଟା‌ର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛି। ପାକିସ୍ତାନର ଗୁଳିଗୋଳା ମାଡ଼ରେ ପୁଞ୍ଚ ଏବଂ ତଙ୍ଗଧର ଅଞ୍ଚଳରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି। ଗୋଳ‌ାମାଡ଼ ଯୋଗୁଁ ସୀମା ନିକଟରେ ଅନେକ ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇ କୁପୱାଡ଼ା ଏବଂ ରାଜୌରୀ-ପୁଞ୍ଚ୍‌ ‌ସେକ୍ଟରରେ ଏକାଧିକ ପାକିସ୍ତାନୀ ସେନା ପୋଷ୍ଟ୍‌ ଧ୍ବଂସ କରିଦେଇଛି ଓ ପିଓକେରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୀମାରେ ପାକିସ୍ତାନ ପଟୁ ଗୁଳିବର୍ଷା ଜାରି ରହିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଅଞ୍ଚଳରୁ ନାଗରିକମାନଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହ ବିଏସ୍‌ଏଫ୍‌ ଡିଜି ଦଲଜିତ ସିଂହ ଚୌଧାରୀ, ଜମ୍ମୁ କାଶ୍ମର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଫୋନ୍‌ ମାଧ୍ୟମରେ ଲଗାତାର ଯୋଗାଯୋଗରେ ରହିଛନ୍ତି। ସୀମା ନିକଟସ୍ଥ ଅଞ୍ଚଳରୁ ଲୋକମାନଙ୍କୁ ତୁରନ୍ତ ଖାଲି କରିବାପାଇଁ ଶାହ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ସୁରକ୍ଷାକୁ ଭାରତ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି ଶାହ କହିଛନ୍ତି।

ପାକିସ୍ତାନ ଆକ୍ରମଣ ଯୋଗୁଁ ସର୍ବାଧିକ ପ୍ରଭାବିତ ଜିଲ୍ଲା ହେଉଛି ପୁଞ୍ଚ୍‌। ଏହି ଜିଲ୍ଲାରେ ହିଁ ୧୫ ନାଗରିକଙ୍କ ମୃତ୍ୟୁ ହୋଇଛି। ୪୩ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ପାକିସ୍ତାନ ପଟୁ ଲଗାତାର ଗୁଳିଗୋଳା ମାଡ଼ ହେଉଥିବାରୁ ସେନାମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ଲୋକମାନେ ପ୍ରାଣ ବିକଳରେ ବଙ୍କର୍‌ରେ ଆଶ୍ରୟ ନେଇଛନ୍ତି। ଭାରତର ‘ଅପରେସନ୍‌ ସିନ୍ଦୂର’ ଦ୍ବାରା ୮୦ ଆତଙ୍କବାଦୀ ନିପାତ ହେବାପରେ ପାକ୍‌ ସେନା ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରି ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking