17.1 C
Bhubaneswar
Sunday, December 7, 2025
Homeଓଡିଶାକମ୍ବିଂ ଅପରେସନ୍‌ ସମୟରେ ୪ ବୋମା ନିଷ୍କ୍ରିୟ କଲା ପୁଲିସ

କମ୍ବିଂ ଅପରେସନ୍‌ ସମୟରେ ୪ ବୋମା ନିଷ୍କ୍ରିୟ କଲା ପୁଲିସ

ରାୟଗଡ଼ା: କମ୍ବିଂ ଅପରେସନ୍‌ ସମୟରେ ଡିଭିଏଫ୍ ଯବାନ ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରୁ ୪ଟି ଆଇଇଡି ଠାବ କରିଛନ୍ତି। ଠାବ ଆଇଇଡି ମଧ୍ୟରେ ଗୋଟିଏ ପ୍ରେସର ବୋମା ଓ  ୩ଟି ଟିଫିନ୍‌ ବୋମା ଥିବା ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ୍‌ କୁମାର ସୂଚନା ଦେଇଛନ୍ତି। ଆଇଇଡିଗୁଡ଼ିକର ଓଜନ ପ୍ରାୟ ୪ରୁ ୫କେଜି ରହିଥିଲା। ଆଇଇଡିଗୁଡ଼ିକୁ ସିଆର୍‌ପିଏଫ୍‌ର ବମ୍‌ ସ୍କ୍ବାଡ୍‌ ସହାୟତାରେ ନିଷ୍କ୍ରିୟ କରାଯାଇଛି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପ‌ରେ ଜଗଦଲପୁର ଓ ଶରଧାପୁର ଜଙ୍ଗଲରେ ଡିଭିଏଫ୍‌ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଅପରେସନ୍‌ ସମୟରେ ତଳେ ପୋତା ଯାଇଥିବା ୪ଟି ଆଇଇଡିକୁ ଯବାନ ଠାବ କରିବା ପରେ ସତର୍କତାର ସହ ଉଦ୍ଧାର କରିଥିଲେ। ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଏହି ଆଇଇଡିଗୁଡ଼ିକୁ ପୋତିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking