26.1 C
Bhubaneswar
Friday, March 27, 2026
Homeଓଡିଶାବିପ୍ଳବୀ ଧରଣୀଧର ନାୟକଙ୍କ ୧୬୧ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ

ବିପ୍ଳବୀ ଧରଣୀଧର ନାୟକଙ୍କ ୧୬୧ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ

ଭୁବନେଶ୍ୱର: ବିପ୍ଳବୀ ଧରଣୀଧର ନାୟକଙ୍କ ୧୬୧ତମ ଜୟନ୍ତୀ ଅବସରରେ ଇ.ଏସ୍‌.ଆଇ, ହସ୍ପିଟାଲ୍‌ ଛକ, ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଅମରସ୍ମୁତିର ଜୟଗାନ କରଥିଲେ । ଏହି ଅବସରରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପୂର୍ବତନ ବିଧାୟକ ଶ୍ରୀ ପ୍ରୀୟଦର୍ଶି ମିଶ୍ର, ପୂର୍ବତନ ବିଧାୟକଶ୍ରୀ ସୁବର୍ଣ୍ଣ ନାଏକ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ନାଗରିକ ବିକାଶ ପରିଷଦ ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱରର ସଦସ୍ୟଗଣ ଉପସ୍ଥିତ ରହି ବିପ୍ଳବୀ ଧରଣୀଧରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking