26.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କୀର ମୃତ୍ୟୁ

ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କୀର ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (ଏଲଇଟି)ର ଜଣେ ସନ୍ଦିଗ୍ଧ ୨୩ ବର୍ଷୀୟ ଯୁବକ ସୁରକ୍ଷା କର୍ମୀଙ୍କଠାରୁ ଖସି ପଳାଇବା ସମୟରେ ନଦୀରେ ଡେଇଁ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ନାମ ଇମତିଆଜ ଅହମଦ । ତାଙ୍କୁ ଜମ୍ମୁ ଏବଂ କାଶ୍ମୀର ପୋଲିସ ଲଇ ଏଟିର ସ୍ଲିପର ସେଲ୍ ସନ୍ଦେହରେ ଅଟକ ରଖିଥିଲା ।ଅହମଦ ନଦୀରେ ଡେଇଁପଡ଼ିବାର ଏକ ଭିଡିଓ ଅନଲାଇନରେ ଘୁରି ବୁଲୁଛି

ପହଲହାମ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ପଚରାଉଚରା ପାଇଁ ପୋଲିସ ତାଙ୍କୁ ଉଠାଇ ନେଇଛି। ପଚରାଉଚରା ସମୟରେ ସେ ପୋଲିସକୁ କହିଥିଲେ ଯେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ୍ସ, ଖାଦ୍ୟ ଏବଂ ଆଶ୍ରୟ ଯୋଗାଇଥିଲେ ରବିବାର ସକାଳେ ଯେତେବେଳେ ଅହମଦଙ୍କୁ ଆତଙ୍କବାଦୀଙ୍କ ଆଡ୍ଡାକୁ ନିଆଯାଇଥିଲା, ସେ ଖସିଯିବାକୁ ଚେଷ୍ଟା କରି ଭେଶା ନଦୀକୁ ଡେଇଁ ପଡ଼ିଥିଲେ । ନଦୀରେ କରେଣ୍ଟ ପ୍ରବାହ ଅଧିକ ଥିବାରୁ ପାଣିରେ ବୁଡି ତାର ମୃତ୍ୟୁ ହୋଇଛି । ସେ ପହଲଗାମ ଆତଙ୍କୀଙ୍କୁ ସହଯୋଗ କରୁଥିଲା । ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିଲା । ମାର୍ଗେର ମୃତଦେହ ମିଳିବା ପରେ କୁଲଗାମର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଦୁଇ ଦିନ ପୂର୍ବରୁ ସେନା ତାଙ୍କୁ ଗିରଫ କରିଥିଲା ଏବେ ତା’ର ମୃତଶରୀର ମିଳିଛି ବୋଲି କହିଛନ୍ତି ମେହବୁବା ମୁଫତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking