16.1 C
Bhubaneswar
Saturday, December 6, 2025
Homeଓଡିଶାଟ୍ରକ ପଛରେ ପିଟିହେଲା ଟ୍ରକ, ଡ୍ରାଇଭର ମୃତ

ଟ୍ରକ ପଛରେ ପିଟିହେଲା ଟ୍ରକ, ଡ୍ରାଇଭର ମୃତ

କାମାକ୍ଷାନଗର : ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ସରାଙ୍ଗ ଗ୍ରାମ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ରୁ ହୋଇଛି। ଟ୍ରକ ପଛରେ ଏକ କାଚ ବୋତଲ ବୋଝେଇ ଆଇଚର ଟ୍ରକ ପିଟିହେବାରୁ ଘଟଣା ସ୍ଥଳରେ ହିଁ ଆଇଚର ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଜଣଙ୍କ କଟକ ମାହାଙ୍ଗା ଅଞ୍ଚଳର ବୋଲି ସୂଚନା ମିଳିଛି।

ପିତିରି ଆଡୁ ତାଳଚେର ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାବେଳେ ଅସାବଧାନତା କାରଣରୁ ଆଇଚର ଗାଡିଟି ଟ୍ରକ ପଛରେ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପରଜଙ୍ଗ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ପ୍ରାୟ କିଛି ସମୟ ଧରି ଡ୍ରାଇଭର ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ରହିଥିଲେ। କଟର ମେସିନ ସାହାଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ମୃତ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛନ୍ତି। ଏ ନେଇ ପରଜଙ୍ଗ ପୁଲିସ ମୃତ ଦେହକୁ ଜବତ ପରେ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking