17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଆକାଶରୁ ବର୍ଷିବ ନିଆଁ, ପାକିସ୍ତାନୀ ଛାନିଆ

ଆକାଶରୁ ବର୍ଷିବ ନିଆଁ, ପାକିସ୍ତାନୀ ଛାନିଆ

ଇସଲାମାବାଦ୍‌: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପ୍ରତ୍ୟେକ ଗତିବିଧିକୁ ସତର୍କତାର ସହ ଅନୁଧ୍ୟାନ କରୁଛି ପାକିସ୍ତାନ। ତେବେ ଭାରତ ସରକାର ଏବେ ଯେତେବେଳେ ନିଜ ତିନି ସେନାବାହିନୀକୁ ଖୋଲା ଛାଡିଦେଇଛନ୍ତି ସେତେବେଳେ ପାକିସ୍ତାନ ଅତିମାତ୍ରାରେ ଭୟଭୀତ ହୋଇପଡିଛି। କୌଣସି ସମୟରେ ମଧ୍ୟ ଭାରତୀ ସେନା ଆକ୍ରମଣ କରିଦେଇପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି। ସବୁଠୁ ବଡ଼କଥା ହେଉଛି, ଭାରତ ଏଥର କେବଳ ଆକ୍ରମଣ କରିବ ନାହିଁ ବରଂ ପାକିସ୍ତାନର ଦଖଲରେ ଥିବା କାଶ୍ମୀର (ପିଓକେ)କୁ ମଧ୍ୟ ପାକିସ୍ତାନ ଠାରୁ ନେଇଯିବ ବୋଲି ପାକିସ୍ତାନ ସରକାର, ସେନା ଏପରିକି ପାକିସ୍ତାନର ସାଧାରଣ ନାଗରିକମାନେ ମଧ୍ୟ ଭୟ କରୁଛନ୍ତି।

ଏପରି ଭୟ, ଆଶଙ୍କା ମଧ୍ୟରେ ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱରୁଲ ହକ୍ ଏବେ ପାକ୍ ଅଧିକୃତ କାଶ୍ମୀରବାସୀଙ୍କୁ ମାଟିତଳେ ବଙ୍କର କିମ୍ବା ଅନ୍ୟ କିଛି ବ୍ୟବସ୍ଥା କରି ସୁରକ୍ଷିତ ରହିବା ସହ ପର୍ଯ୍ୟାପ୍ତ ପରିମାଣରେ ଅନ୍ତତଃ ୨/୩ ମାସ ପାଇଁ ଖାଦ୍ୟ ସାମଗ୍ରୀ ନିଜ ପାଖରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସମ୍ବାଦ ସରବରାହ ସଂସ୍ଥା ଏଏଫପି ପକ୍ଷରୁ ମଧ୍ୟ ଏପ୍ରକାର ରିପୋର୍ଟକୁ ସ୍ପଷ୍ଟ କରାଯାଇଛି। ରିପୋର୍ଟ ଅନୁଯାୟୀ, ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱରୁଲ ହକ୍ ନିଜ ବିଧାନସଭାରେ କହିଛନ୍ତି ଯେ, ୧୩ଟି ନିର୍ବାଚନମଣ୍ଡଳୀରେ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ସହ ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତାସବୁ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଓକେ ପ୍ରଶାସନ ଏହି ୧୩ଟି ର୍ନିବାଚନମଣ୍ଡଳୀରେ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା ଯୋଗାଇବା ପାଇଁ ୧ ବିଲିୟନ ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ମଧ୍ୟ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking