ଭୁବନେଶ୍ୱର: ମେଡିକାଲ କଲେଜ ସିଟ ବିକ୍ରି ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରୁ ୨ ଦଲାଲ ଗିରଫ ହୋଇଛନ୍ତି । ଏକ ବାରରେ ଡିଲ ବେଳେ ମାଡି ବସିଛି ପୋଲିସ । ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ ପାଇଁ ଡିଲ କରୁଥିଲେ । ଏକାଧିକ ଘରୋଇ ମେଡିକାଲ କଲେଜ ସହ ଗ୍ୟାଙ୍ଗର ସମ୍ପୃକ୍ତି ଅଭିଯୋଗ ରହିଛି । ଏନେଇ ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।










