34.2 C
Bhubaneswar
Monday, June 8, 2026
Homeଦେଶ ବିଦେଶସ୍ୱାମୀ ଦାଢ଼ି ନକାଟିବାରୁ ସ୍ତ୍ରୀ ଦେଲା ଛାଡପତ୍ର

ସ୍ୱାମୀ ଦାଢ଼ି ନକାଟିବାରୁ ସ୍ତ୍ରୀ ଦେଲା ଛାଡପତ୍ର

ନୂଆଦିଲ୍ଲୀ: ସାମାନ୍ୟ ଦାଢି ପାଇଁ ଭାଙ୍ଗିଗଲା ଜନ୍ମ ଜନ୍ମର ସମ୍ପର୍କ । ସ୍ୱାମୀ ଜଣଙ୍କ ଦାଢି ନ କାଟିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଦିଅର ସହ ପଳାଇଛନ୍ତି । ଆଉ କହିଛନ୍ତି ବାକି ଜୀବନ ଦିଅର ସହ ବିତାଇବେ । । ଏଭଳି ଏକ ଅଜବ ଘଟଣା ଉତ୍ତରପ୍ରଦେଶ ମେରଠରୁ ଆସିଛି । ସାତ ମାସ ଆଗରୁ , ମହମ୍ମଦ ସଗିର ଆର୍ଶିଙ୍କୁ ବିବାହ କରିଥିଲେ। ସାଗିର ଧଳା କୁର୍ତ୍ତା ଏବଂ ପାଇଜାମା ପିନ୍ଧିଥିବା ବେଳେ, ଆର୍ଶୀ ସୁନା ଅଳଙ୍କାର ସହିତ ଏକ ସବୁଜ ରଙ୍ଗର ସୁଟ୍ ପିନ୍ଧିଥିଲେ। ଏହି ବିଶେଷ ଦିନ ପାଇଁ ସାଗିର ତାଙ୍କର ଚମକଦାର କଳା ଦାଢ଼ିକୁ ମଧ୍ୟ ସଜାଡ଼ିଥିଲେ। କିନ୍ତୁ ସେ ଜାଣିନଥିଲେ ଯେ ଏହି ଦାଢ଼ି ତାଙ୍କ ବିବାହ ବିଚ୍ଛେଦ ର କାରଣ ହେବ । ସେମାନଙ୍କର ସୁଖମୟ ଜୀବନ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା ।

ବିବାହର କିଛି ଦିନ ପରେ, ଅର୍ଶି ସଗିରଙ୍କ ଦାଢ଼ି ଉପରେ ଆପତ୍ତି କରିବା ଆରମ୍ଭ କଲେ। ସେ ତାଙ୍କୁ ଦାଢ଼ି କାଟିବାକୁ କହିଲେ, କିନ୍ତୁ ସାଗିର ତାଙ୍କ ଦାଢ଼ିକୁ ଭଲ ପାଉଥିଲେ। କିଛି ଦିନ ପରେ ଦାଢିକୁ ନେଇ ଝଗଡ଼ାର କାରଣ ପାଲଟିଗଲା। ଏହି ସମୟରେ, ଅର୍ଶୀ ତାଙ୍କ ଦେବରଙ୍କ ପ୍ରେମରେ ପଡ଼ି ଫେବୃଆରୀ ମାସରେ, ଅର୍ଶୀ ସବିରଙ୍କ ସହିତ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ତିନି ମାସ ପର୍ଯ୍ୟନ୍ତ କୌଣସି ସୁରାକ ନ ମିଳିବାରୁ, ସେ ପୋଲିସ ସହିତ ଯୋଗାଯୋଗ କରି ନିଖୋଜ ରିପୋର୍ଟ ଦାଖଲ କଲେ। ସେଠାରେ ସେ ନିଜର ଅଭିଯୋଗ ବଖାଣିଥିଲେ । ବୁଧବାର ଦିନ, ଅର୍ଶୀ ତାଙ୍କ ପ୍ରେମିକଙ୍କ ସହିତ ତାଙ୍କ ବାପାମାଆଙ୍କ ଘରକୁ ପହଞ୍ଚିଥିଲେ। ସେ ସ୍ପଷ୍ଟ କରିଦେଲେ ଯେ ସେ ଆଉ ସାଗିର ସହିତ ରହିବାକୁ ଚାହାଁନ୍ତି ନାହିଁ। ବରଂ, ସେ ସବିରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ସେ ଏହା ମଧ୍ୟ ଦାବି କରିଥିଲେ ଯେ ଦାଢ଼ିକୁ ନେଇ କୌଣସି ବିବାଦ ନଥିଲା ଏବଂ ସଗିରଙ୍କୁ ଯୌନ ଅକ୍ଷମ ବୋଲି ଅଭିଯୋଗ କରିଥିଲେ। ଅଭିଯୋଗରେ ନିରାଶ ହୋଇ, ସଗିର ପୋଲିସ ସାମ୍ନାରେ ଅର୍ଶିକୁ ଛାଡପତ୍ର ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking