27.8 C
Bhubaneswar
Monday, June 8, 2026
Homeଓଡିଶାଗଛରୁ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଦାଣ୍ଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଗଛରୁ ଜଣେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଗ୍ରାମର ରେଖା ମଢେଇ।ରାଇଦାଣ୍ଡିଆ ଗ୍ରାମର ରେଖା ମଢେଇ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପିଜି ପଢୁଥିଲେ। ଗତ ମଙ୍ଗଳବାର ଦିନ ସେ ଘରକୁ ଫେରିଥିବା ବେଳେ କାଲି ରାତିରେ ଖାଇ ଶୋଇଥିଲେ। ମଧ୍ୟ ରାତ୍ର ପର୍ଯ୍ୟନ୍ତ ଘରେ ଥିବା ବେଳେ ଆଜି ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ଵିଲ ଭିତରେ ଥିବା ଆମ୍ବ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏ ନେଇ ଉଦଳା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରେଖାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାହାର ତଦନ୍ତ କରୁଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking