ଗଞ୍ଜାମ: ଏକ ତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ କାଟିଲା ଯୁବକ । ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଘରେ ପଡିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ । ଏକ ତରଫା ପ୍ରେମରୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଯୁବକ ଏକତରଫା ପ୍ରେମ କରୁଥିବା ନେଇ ଅଭିଯୋଗ ହୋଇଛି । ଯୁୁବକଙ୍କ ନାଁରେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ପରିବାର ।










