27.1 C
Bhubaneswar
Wednesday, December 10, 2025
Homeଓଡିଶାସ୍କୁଲରୁ ବାହାରିଲା ୨୦ ଫୁଟର ଅହିରାଜ

ସ୍କୁଲରୁ ବାହାରିଲା ୨୦ ଫୁଟର ଅହିରାଜ

ଗଜପତି: ସ୍କୁଲରେ ୨୦ ଫୁଟର ଅହିରାଜ ।  ଗଜପତି ଜିଲ୍ଲା ରାୟଗଡା ବ୍ଲକ ସଦର  ଏସଏସଡି ଉଚ୍ଚ  ମାଧ୍ୟମିକ  ବିଦ୍ୟାଳୟ ପରିସରରୁ  ୨୦ ଫୁଟ ଲମ୍ବର ଏକ ବିରାଟ ଅହିରାଜ ସାପ ଉଦ୍ଧାର ହୋଇଛି । ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରିଛନ୍ତି । କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲୁଥିବା ବେଳେ ଧରାପଡିନଥିଲା । ଗତକାଲି ସନ୍ଧ୍ୟାରେ  ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହକୁ ସାପ ପଶି ଆସିଥିଲା । ସ୍କୁଲ କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ । ଫଳରେ ସାପ ବାହାରକୁ ବାହାରି ପାରି ନଥିଲା । ସାପକୁ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ଦୁଇ ଜଣ ସ୍ନେକ୍ ହେଲପଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରିଛନ୍ତି । ସାପଟି ଉଦ୍ଧାର କରିବା ପାଇଁ ସେମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ପ୍ରାୟ ଅଧ ଘଣ୍ଟା ପରେ ସାପ ଧରାପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking