ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛରେ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଛାୟା ଗୋଷ୍ଠୀ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଭାରତ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି। ତେବେ ପ୍ରସିଦ୍ଧ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା ପାକିସ୍ତାନକୁ ନେଇ ପୁଣି ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ବାବା ଭେଙ୍ଗା, ଯିଏ ତାଙ୍କ ଅନେକ ଭବିଷ୍ୟବାଣୀ ପାଇଁ ବିଶ୍ୱବ୍ୟାପୀ ପରିଚିତ। ସେ ପୁଣି ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନରେ ଏକ ବଡ଼ ସଙ୍କଟ ଦେଖାଦେବାକୁ ଯାଉଛି।
ପାକିସ୍ତାନରେ ଯୁଦ୍ଧ ହେବା ସହ ବଡ଼ ପରମାଣୁ ଆଟାକ୍ ହେବ ବୋଲି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା। ଏବଂ ଏହା ଏକ ଶକ୍ତିଶାଳୀ ରାଷ୍ଟ୍ରର କାର୍ଯ୍ୟାନୁଷ୍ଠାନ ଯୋଗୁଁ ହେବ। ଅନେକେ ଏହାକୁ ପହଲଗାମ ଆକ୍ରମଣ ପରେ ଭାରତର କଠୋର ନୀତି ଓ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ସହ ଯୋଡୁଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ଏହି ଭବିଷ୍ୟବାଣୀକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଛି, ଯେଉଁଠାରେ ଲୋକେ ଏହାର ସତ୍ୟତା ଓ ପ୍ରାସଙ୍ଗିକତା ଉପରେ ଆଲୋଚନା କରୁଛନ୍ତି। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ଚର୍ଚ୍ଚା ଚାଲିଛି। କେହି କେହି ଏହାକୁ ପହଲଗାମ ଆକ୍ରମଣ ଓ ଭାରତ-ପାକିସ୍ତାନ ଉତ୍ତେଜନା ସହ ସମ୍ପର୍କିତ ବୋଲି କହୁଛନ୍ତି, ଅନ୍ୟମାନେ ଏହାକୁ ଅନୁମାନ ମାତ୍ର ବୋଲି ବିଚାର କରୁଛନ୍ତି। ତେବେ, ଏହି ଘଟଣାକ୍ରମ ବିଶ୍ୱବ୍ୟାପୀ ଧ୍ୟାନ ଆକର୍ଷଣ କରିଛି, ଏବଂ ଅନେକେ ଏହାକୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର ଏକ ସଙ୍କେତ ବୋଲି ଦେଖୁଛନ୍ତି।










