ଭୁବନେଶ୍ୱର: ମଧୁମେହ ଆଜିର ସମୟରେ ସବୁଠାରୁ ବଡ ସମସ୍ୟା । ମଧୁମେହ ରୋଗୀମାନେ ବିଶେଷ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଡ୍ରାଏ ଫ୍ରୁଟ୍ସ ଖାଇବା ଶରୀରକୁ ସୁସ୍ଥ ରଖିବାରେ ସହାୟତା କରେ । ତେବେ ଆସନ୍ତୁ ଜାଣିବା ମଧୁମେହ ରୋଗୀମାନେ ଖାଦ୍ୟରେ କେଉଁ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଉଚିତ । ବାଦାମ- ବାଦାମ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମଧୁମେହ ରୋଗୀ ପ୍ରତିଦିନ ବାଦାମ ଖାଇପାରିବେ । ବାଦାମ ଖାଇବା ଦ୍ୱାରା ଶରୀରରେ ଇନସୁଲିନ ଉତ୍ପାଦ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ । ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ସେହିପରି କାଜୁ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଅଖରୋଟରେ ଭିଟାମିନ ଇ ଥାଏ । ଏଥିରେ କମ କ୍ୟାଲୋରୀ ଥାଏ । ପିସ୍ତା ବାଦାମ ରେ ଫାଇବର ପ୍ରୋଟିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଯାହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିଥାଏ । ମଧୁମେହ ରୋଗୀମାନେ ସେମାନଙ୍କ ଖାଦ୍ୟରେ ପିସ୍ତା ବାଦାମ ସାମିଲ କରିପାରିବେ ।










