17.1 C
Bhubaneswar
Friday, February 6, 2026
Homeଦେଶ ବିଦେଶମାଡିଗଲା ପିକ୍‌ଅପ୍‌, ୬ ମୃତ

ମାଡିଗଲା ପିକ୍‌ଅପ୍‌, ୬ ମୃତ

ନୂଆଦିଲ୍ଲୀ: ନୁହ୍ ଜିଲ୍ଲା ଅନ୍ତର୍ଗତ ଥାନା ଫିରୋଜପୁର ଝିରକା ସୀମା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଶନିବାର ସକାଳେ ଏକ ମର୍ମନ୍ତୁଦ ତଥା ହୃଦୟବିଦାରକ ସଡକ ଦୁର୍ଘଟଣା ଘଟି ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସମ୍ବାଦ ମିଳିଛି। ଏହି ଘଟଣାରେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଇବ୍ରାହିମବାସ୍ ଗାଁ ନିକଟରେ ଦ୍ରୁତ ଗତିରେ ଥିବା ପିକ୍‌ଅପ୍ ଭ୍ୟାନ୍ ସଫେଇ କାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଧକ୍କା ଦେବା ସହ ସେମାନଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ଦୁର୍ଘଟଣାରେ ସଫେଇ କର୍ମଚାରୀଙ୍କ ମୃତଦେହ ଖଣ୍ଡବିଖଣ୍ଡ ହୋଇଯାଇଥିବାରୁ ମୃତଦେହଗୁଡ଼ିକୁ ସେଠାରୁ ହଟାଇବା ମଧ୍ୟ ଡାକ୍ତରୀ ଦଳଙ୍କ ପାଇଁ କଷ୍ଟକର ହୋଇପଡିଥିଲା। ସୂଚନାନୁଯାୟୀ, ମୃତାହତ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି। ଘଟଣା ପରେ ଫେରାର ହୋଇଯାଇଥିବା ପିକ୍‌ଅପ୍ ଚାଳକ ନାଁରେ ମାମଲା ରୁଜୁ ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ସରକାର ଏବଂ ପ୍ରଶାସନ ପକ୍ଷରୁ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦିଆଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡିଥିବା ଏବଂ ରାସ୍ତା ବ୍ଲକ୍ କରିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking