17.1 C
Bhubaneswar
Wednesday, February 11, 2026
Homeଓଡିଶାବିଜେପି ସରକାର ପ୍ରଦାନ କରୁଥିବା ଚାଷ ସାମଗ୍ରୀକୁ ସବୁ ଚାଷୀଙ୍କ ପାଖରେ ପହଞ୍ଚାଅ: ମହେଶ୍ୱର ସାହୁ

ବିଜେପି ସରକାର ପ୍ରଦାନ କରୁଥିବା ଚାଷ ସାମଗ୍ରୀକୁ ସବୁ ଚାଷୀଙ୍କ ପାଖରେ ପହଞ୍ଚାଅ: ମହେଶ୍ୱର ସାହୁ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କ ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ସେମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବହୁ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏସବୁ ଯୋଜନା ତୃଣମୂଳସ୍ତରରେ ଠିକ୍‌ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ଏବଂ ତାହାର ସଫଳ ରୂପାୟନ ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଏନେଇ ସେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ରଣଜିତା ଜୀ, ସହ କୃଷି ଅଧିକାରୀ ଶ୍ରୀମତୀ ସବିତା ଦାଶ, ସୁନିତା ମହାପାତ୍ର, ସ୍ମୃତି ରଞ୍ଜନ ତ୍ରିପାଠୀ, ନିହାର ରଞ୍ଜନ ବରାଳ, ସରୋଜ କୁମାର ମହାନ୍ତି, ସୁଜାତା ପରିଡାଙ୍କ ସମେତ ସମସ୍ତ କୃଷି କର୍ମଚାରୀ ଉପସ୍ଥିତ ଥିଲେ।

ଓଡ଼ିଶାକୁ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଚାଷୀଙ୍କୁ ଆଳୁ ବିହନ, ମୁଗ, ବିରି, ସୋରିଷ, ମଶୁର ଓ ଚିନାବାଦାମ ବିହନ ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ ସାର ଓ କୀଟନାଶକ ମଧ୍ୟ ମାଗଣାରେ ପ୍ରଦାନ କରୁଛନ୍ତି। ଏସବୁ ଜିନିଷ ଚାଷୀମାନଙ୍କ ପାଖରେ ଠିକ୍ ଭାବେ ପହଂଚୁଛିି କି ନାହିଁ ତାହାର ତଦାରଖ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାହୁ ଉପରୋକ୍ତ ଅଧିକାରୀମାନଙ୍କ ନିକଟରେ ଦାବି କରିଥିଲେ। ଏହାପରେ ଶ୍ରୀ ସାହୁ ବିହନ ପାଇ ଚାଷ କରିଥିବା ଜୟପୁର, ଇତିପୁର, ଡିହପୁର, ବସନ୍ତପୁର ପ୍ରମୁଖ ଗ୍ରାମର କ୍ଷେତକୁ ଯାଇ ଫସଲ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ରାଜ୍ୟ ସଂଯୋଜକ ଡ. ଜଗନ୍ନାଥ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ବିଶ୍ୱାଳ, ଶିବ ପ୍ରସାଦ ମିଶ୍ର, ସୁଦର୍ଶନ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସ୍ୱାଇଁ, ଅଜୟ କୁମାର ସାମନ୍ତରାୟ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅକ୍ଷୟ କୁମାର ସାହୁ, ରାଜା ଖଟୁଆ, ରତ୍ନାକର ଶୁକ୍ଲା, ଅରୁଣ କୁମାର ପୁରୋହିତ, ସୁବାଶିଷ ମୁଖି, ଅଶୋକ କୁମାର ପ୍ରଧାନ ପ୍ରମୁଖଙ୍କ ସମେତ କୃଷି ବିଭାଗର ଅଧିକାରୀ ଓ ଚାଷୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking