22.1 C
Bhubaneswar
Wednesday, December 17, 2025
Homeଓଡିଶା୫ ଦିନ ପର୍ଯ୍ୟନ୍ତ ପ୍ରବଳ ତାତି , ଝାରସୁଗୁଡାକୁ ସିଭିୟର ହିଟ୍‌ୱେଭ ୱାର୍ଣ୍ଣିଂ

୫ ଦିନ ପର୍ଯ୍ୟନ୍ତ ପ୍ରବଳ ତାତି , ଝାରସୁଗୁଡାକୁ ସିଭିୟର ହିଟ୍‌ୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର: ପାରଦ ହୋଇଛି ଉପରମୁହାଁ। ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ। ତେବେ ଦିନର ତାପମାତ୍ରା ୪୬ ଡିଗ୍ରୀ ପାର କରିବ ବୋଲି ସମ୍ଭାବନା ରହିଛି। ରାଜ୍ୟରେ ପ୍ରବଳ ତାତିକୁ ନେଇ ୩ ଦିନ ଯାଏ ସିଭିୟର ହିଟ ୱେଭ ସହ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ। ୫ ଦିନ ଅରେଞ୍ଜ ଆଲର୍ଟ ବି ଜାରି କରିଛି ବିଭାଗ। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ତାତିକୁ ନେଇ ଝାରସୁଗୁଡାକୁ ସିଭିୟର ହିଟ ୱେଭ ସହ ୪ ଜିଲ୍ଲା ବୌଦ୍ଧ ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡକୁ ହିଟ୍ ୱେଭ ପାଇଁ ଅରେଞ୍ଜ ଜାରି ହୋଇଛି। ସେହିପରି ନୂଆପଡା, ବରଗଡ଼, କଳାହାଣ୍ଡି ଓ ସୋନପୁର ଏହି ୪ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତି ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତାକାଲି ବୌଦ୍ଧ, ବଲାଙ୍ଗୀର,ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁର ଏହି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଅନୁଗୁଳ, ନୂଆପଡା ଓ ଦେଓଗଡକୁ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ ଓ ଗଜପତି ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୬ ତାରିଖ ପରେ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଆସନ୍ତା ୩ ଦିନ ଯାଏଁ ଝାରସୁଗୁଡାକୁ ସିଭିୟର ହିଟ ୱେଭ ପାଇଁ ଅରେଞ୍ଜ ଆଲର୍ଟରେ ରଖିଛି ପାଣିପାଗ ବିଭାଗ। ଝାରସୁଗୁଡାରେ ସକାଳ ୧୦ଟାରୁ ଲୋକେ ଘରୁ ବାହାରୁ ନଥିବା ଦେଖା ଦେଇଛି।

ଜନଶୁନ୍ୟ ରାସ୍ତଘାଟ ଏବଂ ରାସ୍ତା କଡ଼ରେ ଥିବା ଉଠା ଦୋକାନୀ ମଧ୍ୟ ସକାଳ ୧୦ଟା ସୁଦ୍ଧା ଦୋକାନ ବନ୍ଦ କରି ଦେଉ ଥିବା ଦେଖାଦେଇଛି । ଗତକାଲି ଜିଲ୍ଲାରେ ତାତି ୪୫ଡିଗ୍ରୀ ପାର କରିଥିଲା । ଆଜି ମଧ୍ୟ ସକାଳୁ ଗତକାଲି ଭଳି ଅନୁଭୂତ ହେଉଛି। କାଳବୈଶାଖୀ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି। କିଛି ଦିନ ତଳେ ତାପମାତ୍ରା ୩୫ ଡ଼ିଗ୍ରୀରୁ ୩୮ଡିଗ୍ରୀ ରହୁଥିବା ବେଳେ ବର୍ତ୍ତମାନ ପାରଦ ୪୦ଡ଼ିଗ୍ରୀ ଉପରେ ଦିନ ୧୧ଟାରୁ ଜନଶୁନ୍ୟ ରାସ୍ତାଘାଟ। ଗତକାଲି ଝାରସୁଗୁଡ଼ା ସର୍ବୋଚ୍ଚ ତାପମାତ୍ରା ଥିବା ବେଳେ ଆଜି ମଧ୍ୟ ଗତକାଲି ଭଳି ଅନୁଭୂତ ହୋଉଛି। ଅନ୍ୟପକ୍ଷରେ ଚଳିତ ବର୍ଷ କିଭଳି ଭାବେ ଅଂଶୁଘାତ ଯୋଗୁଁ ଜନହାନି ନହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking