17.1 C
Bhubaneswar
Friday, February 13, 2026
Homeଓଡିଶାଭାରତୀୟ ବିକାଶ ପରିଷଦ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା

ଯାଜପୁର: ଯାଜପୁର ଜିଲ୍ଲାର 10ଟି ତହସିଲରେ ବିଭନ୍ନ ନଦୀରୁ ହଜାର ହଜାର ଭାରୀ ଯାନ ଛୋଟ ବଡ଼ ଟ୍ରକରେ ବେନିୟମରେ ବାଲି ଉତ୍ତୋଳନ ହୋଇ ବାହାର ରାଜ୍ୟକୁ ଦିନରେ ଚାଲାଣ ହେଉଛି l ଗ୍ରାମ ରାସ୍ତା ଗୁଡ଼ିକ ନଷ୍ଟ ହେବା ସଂଗେ ରାଜ୍ୟ ସରକାରଙ୍କ ରାଜସ୍ବ ହlନି ଘଟୁଚି l ଫଳରେ ପରିବେଶ ନଷ୍ଟ ହେଉଛି l ନଦୀ ଗୁଡିକ ଗତି ପଥ ବଦଳାଇ ଗ୍ରାମ୍ୟ ମୁଖୀ ହେବା ସଙ୍ଗେ ନଦୀ ବନ୍ଧ ଓ ପୋଲ ପ୍ରତି ବିପଦ ସୃଷ୍ଟି କରୁଛି l ଲିଜ ନ ଥାଇ ବାଲି ମାଫିଆ ମାନେ ବଡ଼ ବଡ଼ ମେସିନ ସାହଯ୍ୟ ରେ ବାଲି ଉତ୍ତୋଳନ କରି କୋଟି କୋଟି ଟଂକା ଲାଭ ବାନ ହେଉଛନ୍ତି l ସବୁ ଅଂଚଳ ରେ ବାଲି ଉତ୍ତୋଳନ ବନ୍ଦ ପାଇଁ ମୁଣ୍ଡ ଟେକୁଛି ଆନ୍ଦୋଳନ l ଜିଲ୍ଳା ପ୍ରଶାସନ ଓ ଲଘୁ ଖଣିଜ ସମ୍ପଦ ବିଭାଗ ନୀରବ ଦର୍ଷ୍ଟା ସାଜିଛି l ତାହାର ପ୍ରତି ଫଳନ ସରୁପ ଦେଖି ବାକୁ ମିଳିଛିl ଯାଜପୁର ଜିଲ୍ଲାପାଳଙ୍କ କର୍ଯ୍ୟଲୟ ବାଲି ଉତ୍ତୋଳନ ବନ୍ଦ ପାଇଁ ଧାରଣl ଚାଲିଛି l

ଦାନଗଦି ତହସିଲ ଅଧୀନରେ ଥିବା ବେଆଇନ ବାଲି ଖାଦାନ ବନ୍ଦ ଏବଂ ଆଇନ ଉଲଂଘନ କରୁଥିବା ଲିଜ ଧାରୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ସହିତ କର୍ତ୍ତବ୍ୟରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ପ୍ରତିବାଦରେ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking