29.1 C
Bhubaneswar
Saturday, February 7, 2026
Homeଓଡିଶାବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡ଼ିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ: ବିଜେପି

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ପୋଡ଼ିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ: ବିଜେପି

ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲା ପାଟଣାଗଡର ପର୍ଶୁରାମ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ପୋଡି ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ। ସରକାରଙ୍କ ନିର୍ଦ୍ଦେଶରେ ଭଗବାନ ପର୍ଶୁରାମ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତି ସ୍ଥାପନା କରିବାକୁ ପ୍ରଶାସନିକ ନିଷ୍ପତି ନିଆଯାଇଛି। ମାତ୍ର ଉନ୍ମୋଚନ ହେବା ପୂର୍ବରୁ ପ୍ରତିମୂର୍ତିକୁ ପୋଡିଦେବା ଅତ୍ୟନ୍ତ ନିନ୍ଦନୀୟ। ତ୍ୱରିତ ପଦକ୍ଷେପ ସ୍ୱରୁପ ଘଟଣାରେ ସଂପୃକ୍ତ ଯୁବକ ଯୁଗଲ କୁମାର ସାହୁ (ହୀରୁ)କୁ ତୁରନ୍ତ ଗିରଫ କରାଯାଇ ସରକାର ଓ ପ୍ରଶାସନ ତରଫରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଗିରଫ ଅଭିଯୁକ୍ତ ଯୁଗଲ ଜଣେ ମାନସିକ ବିକୃତ ବ୍ୟକ୍ତି ଏବଂ ଘଟଣା ସମୟରେ ନିଜେ ଛିଡା ହୋଇଥିବା ସ୍ପଷ୍ଟ ଦେଖାଯାଉଛି । ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ଅଭିଯୁକ୍ତ ଯୁଗଲ କୁମାର ସାହୁ କିଛି ମାସ ପୁର୍ବରୁ ଏକ ଇଲେକ୍ଟ୍ରିକ ଖୁଣ୍ଟ ଉପରେ ଚଢ଼ିଯାଇଥିଲେ। ଇଲେକ୍ଟ୍ର ସପ୍ଲାଇ ବନ୍ଦ୍ କରାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାରତୀୟ ଜନତା ପାର୍ଟୀର ଯଥେଷ୍ଟ ସମ୍ମାନ ରହିଛି। ଏଭଳି ହୀନ ଘଟଣାକୁ ଆଦୈା ବରଦାସ୍ତ କରାଯିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking