21.1 C
Bhubaneswar
Saturday, February 7, 2026
Homeଓଡିଶାଘଟଗାଁରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ତାରିଣୀ ମନ୍ଦିର ପାଇଁ ୨୧୫ କୋଟି

ଘଟଗାଁରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ତାରିଣୀ ମନ୍ଦିର ପାଇଁ ୨୧୫ କୋଟି

-ଖୁବ୍‌ଶୀଘ୍ର ଆରମ୍ଭ ହେବ ପୀଠର ବିକାଶ କାର୍ଯ୍ୟ
-ମହାବୀର ଜୟନ୍ତୀ ଶୋଭାଯାତ୍ରାରେ ହେଲେ ସାମିଲ

କେନ୍ଦୁଝର: ଖୁବ୍‌ଶୀଘ୍ର ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଓ ମନ୍ଦିର ପାରିପାଶ୍ୱର୍ିକ ବିକାଶ କାମ ଆରମ୍ଭ ହେବ। ଏଥିପାଇଁ ୨୧୫ କୋଟିରୁ ଅଧିକ ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଛି। ଓଡ଼ିଆ ନବ ବର୍ଷ ଅବସରରେ ସୋମବାର ଘଟଗାଁ ଗସ୍ତ କରି ମା’ ତାରିଣୀଙ୍କୁ ଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି। ସୋମବାର ମା’ତାରିଣୀଙ୍କ ପ୍ରସିଦ୍ଧ ଚଇତି ଯାତ୍ରା ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘଟଗାଁ ଆସି ମା’ ତାରିଣୀଙ୍କ ଦର୍ଶନ କରିବା ସହିତ ଓଡିଶା ବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏଥି ସହିତ କେନ୍ଦୁଝରକୁ ଏକ ସୁନାର କେନ୍ଦୁଝର ରୂପେ ଗଢି ତୋଳିବା ପାଇଁ ମା’ତାରିଣୀଙ୍କ ଚରଣରେ ଶରଣ ପଶିଛନ୍ତି। ଆଜି ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପ୍ରାୟ ୧୨ ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ଷ୍ଟାଡିୟମରେ ହେଲିକ୍ୟାପ୍ଟରେ ଅବତରଣ କରିଥିଲେ। ପରେ ସ୍ଥାନୀୟ ସାଂସଦ ଅନନ୍ତ ନାଏକ, ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଓ ଘଟଗାଁ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ପରେ ମୁଖ୍ୟମନ୍ତ୍ରୀ ସେଠାରୁ ସିଧା ମା’ତାରିଣୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ମାଙ୍କ ଦର୍ଶନ କରିବା ସହ ପୁଷ୍ପାଞ୍ଜଳି, ଆରତୀ କରିଥିଲେ । ମା’ ଆଶୀର୍ବାଦ ଗ୍ରହଣ କରି ରାଜ୍ୟବାସୀଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପୀଠର ବିକାଶ ପାଇଁ ୨୧୫ କୋଟିର ଡିପିଆର ପ୍ରସ୍ତୁତି କରାଯାଇଛି। ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପୀଠକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ସାମିଲ କରିବା ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି କେନ୍ଦୁଝର ଜିଲ୍ଲାକୁ ଏକ ନମ୍ୱର ଜିଲ୍ଲା କରିବା ସହ ଷ୍ଟିଲ ପ୍ଲାଣ୍ଟ ନିଶ୍ଚିତ ଭାବେ ପ୍ରତିଷ୍ଠା ହେବ ବୋଲି କହିଥିଲେ। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଳକାର, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ବିଜେପି ନେତା ରାଜେନ୍ଦ୍ର ପଟ୍ଟନାୟକ, ରବି ନାରାୟଣ ଦେହୁରୀ, ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ଯୁବନେତା ରୁଦ୍ର ବେହେରା, ମକରଧ୍ୱଜ ବେହେରା, ପ୍ରିତମ ରୋଶନ ମହାପାତ୍ର, ଉତ୍ତମ ପ୍ରଧାନ ଓ ଅଜିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ହନୁମାନ ଜୟନ୍ତୀ ଉପଲକ୍ଷେ ପୂର୍ବବର୍ଷ ମାନଙ୍କ ପରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଉଥିବା ମୋହନ ଚରଣ ମାଝୀ,ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଏହି ପରମ୍ପରାକୁ ଭୁଲି ନାହାନ୍ତି। ପୂର୍ବବର୍ଷ ପରି ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ ପବିତ୍ର ହନୁମାନ ଜୟନ୍ତୀରେ ଲାବଣ୍ୟ ଛକ ନିକଟରେ ଥିବା ପ୍ରଭୁ ବଜରଙ୍ଗବାଲିଙ୍କ ପୂଜା ଆସ୍ଥାନ ଓ ମଣ୍ଡପରେ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ଯୋଗ ଦେବା ସହିତ ଆଧ୍ୟାତ୍ମିକ ଶୋଭାଯାତ୍ରରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା, ନଗର ବିଜେପି ସଭାପତି ବିଶ୍ୱଜିତ ତ୍ରିପାଠୀ, ପ୍ରିୟବ୍ରତ ସାମଲ, ପ୍ରକାଶ ସୁତ୍ରଧର, ମିଡିଆ ସଂଯୋଜକ ବ୍ରଜକିଶୋର ରାୟ, ଶିତୁ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ଲାବଣ୍ୟଛକ ମହାବୀର କମିଟିର ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକ,କମିଟିର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ବେହେରା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ବର୍ଷ ମୁଁ ଏଠାରେ ଯୋଗ ଦେଇଥାଏ। ସେଥିପାଇଁ ଏଥର ମଧ୍ୟ ମୁଁ ଯୋଗ ଦେବାର ସୁଯୋଗ ପାଇଛି। ସମୃଦ୍ଧ ଓଡିଶା ଓ ବିକଶିତ ଓଡ଼ିଶା ପାଇଁ ମୁଁ ବଜରଙ୍ଗବାଲିଙ୍କ ନିକଟରେ ପ୍ରାର୍ଥନା କରିଛି। କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ହେବ ଏବଂ ରାଜ୍ୟର ବିକାଶ କେନ୍ଦୁଝର ଜିଲ୍ଲାରୁ ହିଁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking