29.1 C
Bhubaneswar
Tuesday, February 10, 2026
Homeଅପରାଧଝିଆରୀ ସହ ଦୁଷ୍କର୍ମ କରି ମାରିଦେଲା ଦାଦା

ଝିଆରୀ ସହ ଦୁଷ୍କର୍ମ କରି ମାରିଦେଲା ଦାଦା

ରାୟପୁର: ଲଜ୍ଜାର ସବୁ ସୀମା ଟପିଲା। ଛତିଶଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୪ ବର୍ଷୀୟ ଦାଦା ନିଜ ୬ ବର୍ଷୀୟ ଝିଆରୀ ସହ ଦୁଷ୍କର୍ମ କରି ମାରି ପଡ଼ୋଶୀଙ୍କ କାରରେ ଲୁଚାଇଦେଇଛି ମୃତଦେହ। ସୂଚନା ମୁତାବକ, ଏହି ନୀରିହ ଝିଅ ଜଣକ ନବରାତ୍ରୀରେ କନ୍ୟା ଭୋଜନ ଖାଇବାକୁ ଯାଇଥିଲା। ସେଠାରେ ସେ ଜହ୍ଲାଦ ଦାଦାଙ୍କୁ ଭେଟିଥିଲେ। ପୋଲିସ ସୂଚନା ଦେଇଛି ଯେ, ୫ ଏପ୍ରିଲରେ ଯେତେବେଳେ ଝିଅକୁ ତା’ ପରିବାର ଲୋକେ ପାଇଲେନି, ସମସ୍ତେ ବ୍ୟସ୍ତ ହୋଇପଡି ଖୋଜିବାକୁ ଲାଗିଲେ।

ଏହାପରେ ଯେତେବେଳେ ଝିଅକୁ ନ ପାଇଲେ। ସେମାନେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଖୋଜାଖୋଜି ସମୟରେ ପଡ଼ୋଶୀଙ୍କ କାରରୁ ମୃତଦେହ ଉଦ୍ଧାର ହେଲା। ମୃତଦେହରେ ଅନେକ ସାରା କ୍ଷତାକ୍ତ ଚିହ୍ନ ଥିଲା। ମେଡିକାଲ ରିପୋର୍ଟରେ ଆସିଲା, ଝିଅଙ୍କ ସହ ଦୁଷ୍କର୍ମ ହୋଇଛି। ଏହାପରେ ପୋଲିସ କାରର ମାଲିକ ଏବଂ ଅନ୍ୟ ଦୁଇଜଣଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ଦାଦାର କାରାନାମା ବିଷୟରେ ଜଣାପଡିଥିଲା। ଏହାପରେ ପୋଲିସ ତାକୁ ଗିରଫ କରାଯାଇ, ଥାନାରେ ପଚରା ଯାଇଥିଲା। ଏହାପରେ ସେ ନିଜ ମୁହଁରୁ ସବୁ ସତ କଥା ମାନିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଟ୍ୱିଟ କରି ଏହି ଘଟଣାକୁ ଅମାନବୀୟ କହିଛନ୍ତି। ଏଥିସହ ଜଡିତ ଲୋକଙ୍କୁ କଠିନ ଦଣ୍ଡ ଦେବାକୁ କହିଛନ୍ତି। ଏଭଳି ଅପରାଧୀଙ୍କ ପାଇଁ ସମାଜରେ କୌଣସି ସ୍ଥାନ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking