18.1 C
Bhubaneswar
Monday, February 9, 2026
Homeଓଡିଶାଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନରେ ଆଜି ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନରେ ଆଜି ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ରାଜ୍ୟର ବିଭିନ୍ନ ଦେବାଳୟ, ଐତିହ୍ୟ ସ୍ଥଳୀ ଏବଂ ପର୍ଯ୍ୟଟନ କ୍ଷେତ୍ର ଆଦିର ପରିସରକୁ ସ୍ୱଚ୍ଛ ରଖିବା ସହ ଏଠାରେ ଏକ ସ୍ୱଚ୍ଛ-ସୁନ୍ଦର ବାତାବରଣକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆଜି ଏହି ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବ୍ଲକ ଗୁଡ଼ିକରେ ରହିଥିବା ପର୍ଯ୍ୟଟନ ସ୍ଥଳୀ, ଦେବାଳୟ, ଗ୍ରାମ ଦେବାଦେବୀଙ୍କ ମନ୍ଦିର ପରିସର ଓ ସଂଲଗ୍ନ ପୁଷ୍କରିଣୀ ଏବଂ ଐତିହ୍ୟ ସ୍ଥଳୀଗୁଡ଼ିକୁ ସାମିଲ କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ପୌରପାଳିକା,ପୌରପରିଷଦର ସଦସ୍ୟ, ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନ, ଯୁବଗୋଷ୍ଠୀ, ସ୍ଥାନୀୟ ଜନସାଧାରଣ ଏବଂ ଜନ ପ୍ରତିନିଧିମାନେ ସାମିଲ ହୋଇ ଦେବାଳୟ ପରିସର, ଐତିହ୍ୟସ୍ଥଳୀ ଓ ଏହାର ଆଖପାଖ ଅଞ୍ଚଳ ଏବଂ ସଂଲଗ୍ନ ଜଳାଶୟଗୁଡ଼ିକର ସଫେଇ କାର୍ଯ୍ୟ କରିବା ସହିତ ସମସ୍ତଙ୍କ ମଧ୍ୟରେ ସ୍ୱଚ୍ଛତା ଅଭିଯାନର ଏକ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ। ଏଥିସହିତ ଓଡ଼ିଆ ପକ୍ଷ ପାଳନର ଏହି ମହାନ ପର୍ବ ଏବଂ ଆଜିର ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇ ସମସ୍ତେ ନିଜର ଖୁସି ବ୍ୟକ୍ତ କରିବା ସହିତ ସ୍ୱଚ୍ଛତା ଅଭିଯାନର ଫୋଟୋଗୁଡ଼ିକୁ ମଧ୍ୟ ଓଡ଼ିଆ ପକ୍ଷ ପାଇଁ ନିର୍ମିତ ୱେବସାଇଟ୍ (ଓଡ଼ିଆ ପକ୍ଷ. କମ୍)ରେ ଅପଲୋଡ଼ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking