19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ୨୦ ବର୍ଷ ପରେ ଷ୍ଟାଡିୟମ୍‌ରେ ଧୋନିଙ୍କ ମାତା-ପିତା

୨୦ ବର୍ଷ ପରେ ଷ୍ଟାଡିୟମ୍‌ରେ ଧୋନିଙ୍କ ମାତା-ପିତା

ଚେନ୍ନାଇ: ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ପାଞ୍ଚଥର ଟାଇଟଲ୍ ଜିତିଲାଇଥିବା କ୍ୟାପ୍‌ଟେନ୍ ଏମ୍‌ଏସ୍ ଧୋନିଙ୍କ ମାତା-ପିତା ଷ୍ଟାଡିୟମ୍‌ରେ ମ୍ୟାଚ୍ ଦେଖିଛନ୍ତି। ତାଙ୍କ ସହିତ ଧୋନିଙ୍କ ପତ୍ନୀ ସାକ୍ଷୀ ଓ କନ୍ୟା ଜିଭା ମଧ୍ୟ ଉପସ୍ଥିତ ଥିଲେ। ଏପରି ସ୍ଥିତି ଧୋନି ସନ୍ନ୍ୟାସ ନେଇପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ମ୍ୟାଚ୍ ପରେ ସିଏସ୍‌କେ କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, ଧୋନିଙ୍କ ସନ୍ନ୍ୟାସ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ସାକ୍ଷାରଣତଃ ସାକ୍ଷୀ ଓ ଜିଭାଙ୍କୁ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥାଏ। ମାହିଙ୍କ ମାତା-ପିତା ୨୦ ବର୍ଷ ପରେ ତାଙ୍କ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ତେଣୁ ଧୋନିଙ୍କ ସନ୍ନ୍ୟାସ କଳ୍ପନା ଜଳ୍ପନା ଜୋର୍ ଧରିଥିଲା। ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ଧୋନି ୨୦୦୭ରେ କ୍ୟାପ୍‌ଟେନ୍ ଭାବେ ଭାରତକୁ ଟି-୨୦ ବିଶ୍ୱକପ୍ ବିଜୟୀ କରାଇଥିଲେ। ୨୦୧୧ରେ ସେ ଭାରତକୁ ଦିନିକିଆ ବିଶ୍ୱକପ୍ ବିଜେତା ମଧ୍ୟ କରାଇଥିଲେ। ମାତ୍ର ଏହି ଅବସରରେ ତାଙ୍କ ପିତା ପାନ ସିଂହ ଏବଂ ମା ଦେବକୀ ଦେବୀ କେବେ ବି ତାଙ୍କ ମ୍ୟାଚ୍ ଦେଖିବାକୁ ବିଶ୍ୱର କୌଣସି ଷ୍ଟାଡିୟମ୍‌କୁ ଯାଇନଥିଲେ। ଧୋନିଙ୍କ ମାତା-ପିତାଙ୍କ ଅଚାନକ ଏ ପ୍ରକାର ଷ୍ଟାଡିୟମ୍‌କୁ ଆସିବା ବୋଧହୁଏ ଏହା ତାଙ୍କର ଅନ୍ତିମ ମ୍ୟାଚ୍ ହୋଇପାରେ ବୋଲି ବହୁ ଚର୍ଚ୍ଚା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking