19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକ୍ରିଭି ରିହ’ ଉପରେ ରୁଷ୍‌ର ବାଲିଷ୍ଟିକ୍ ମିସାଇଲ୍ ମାଡ଼; ୯ ପିଲାଙ୍କ ସମେତ ୧୮ ମୃତ,...

କ୍ରିଭି ରିହ’ ଉପରେ ରୁଷ୍‌ର ବାଲିଷ୍ଟିକ୍ ମିସାଇଲ୍ ମାଡ଼; ୯ ପିଲାଙ୍କ ସମେତ ୧୮ ମୃତ, ୮୦ରୁ ଊର୍ଦ୍ଧ୍ୱ ଆହତ

କିଭ୍‌: ଶୁକ୍ରବାର ବିଳମ୍ବିତ ରାତି ସମୟରେ ରୁଷ୍ ବାୟୁସେନା ୟୁକ୍ରେନ୍‌ର କ୍ରିଭି ରିହ’ ଠାରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଥିବା ଏବଂ ଏଥିରେ ୯ ପିଲାଙ୍କ ସହ ୧୮ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉଭୟ ୟୁକ୍ରେନ୍ ଏବଂ ରୁଷ୍ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନସ୍କି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରତ୍ୟେକ ରୁଷୀୟଙ୍କ ଶପଥର ଶେଷ ଏବେ ମିସାଇଲ୍ ସହ ହିଁ ହେଉଛି। ରୁଷ୍ ନିୟମିତ ଭାବେ ଯୁଦ୍ଧ ନିୟମ ବାହାରେ ଆକ୍ରମଣ ଜାରି ରଖିଛି। ଶୁକ୍ରବାର ହୋଇଥିବା ଆକ୍ରମଣ ପିଲାମାନଙ୍କ ଖେଳପଡ଼ିଆ ପାଖରେ ଥିବା ଏକ ଆବାସିକ ସ୍ଥଳୀରେ ହୋଇଛି। ଏଥିରେ ମୃତକଙ୍କ ସଂଖ୍ୟା ୧୮ ରହିଥିବା ବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରକାଶ, କ୍ରିଭି ରିହ, ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ନିଜସ୍ୱ ଘରୋଇ ସହର, ଯାହାକୁ ରୁଷ୍ ନିୟମିତ ଭାବେ ଟାର୍ଗେଟ୍ କରିଆସୁଛି। ସେହିପରି ୟୁକ୍ରେନ୍ ଗୃହମନ୍ତ୍ରୀ ଇହୋର କ୍ଲିମେଙ୍କୋ କହିଛନ୍ତି ଯେ ରୁଷ୍ କ୍ଷେପଣାସ୍ତ୍ର ଆକ୍ରମଣରେ ପାଞ୍ଚଟି ଆପାର୍ଟମେଣ୍ଟ କୋଠା କ୍ଷତିଗ୍ରସ୍ତ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓଗୁଡ଼ିକରେ ମୃତଦେହ ରାସ୍ତାରେ ପଡ଼ିଥିବା ଏବଂ ବିସ୍ଫୋରଣସ୍ଥଳୀଗୁଡ଼ିକରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଛି।

ଜେଲେନ୍‌ସ୍କି ଏକ୍ସ’ରେ ପୋଷ୍ଟ କରି ଏସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି। ଜେଲେନ୍‌ସ୍କି କହିଛନ୍ତି, “ଏପ୍ରକାର ଆକ୍ରମଣ କଦାପି ଦୁର୍ଘଟଣାଜନିତ ହୋଇନପାରେ। ଅସ୍ତ୍ରବିରତି ଚୁୂକ୍ତିକୁ ବେଖାତିର କରିବା ପୂର୍ବକ ସେମାନେ ବେଆଇନ୍ ଭାବେ ଆକ୍ରମଣ କରୁଛନ୍ତି। ରୁଷୀୟମାନେ ଭଲଭାବେ ଜାଣିଛନ୍ତି ଯେ ସେମାନେ କ’ଣ କରୁଛନ୍ତି। ସେମାନେ ଠିକ୍ ଭାବରେ ଜାଣନ୍ତି ଯେ, ସେମାନେ ଯେଉଁସବୁ ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି ସେସବୁ ୟୁକ୍ରେନ୍‌ର ଶକ୍ତି ସୁବିଧା କେନ୍ଦ୍ର। ରୁଷ୍ ମଧ୍ୟ ଆମେରିକାକୁ ଏସବୁ ଅଞ୍ଚଳକୁ ଆକ୍ରମଣରୁ ଦୂରେଇ ରଖିବ ବୋଲି ପ୍ରତିଶ୍ରୁତି ଦେଇଛି। ପ୍ରତ୍ୟେକ ରୁଷୀୟଙ୍କ ପ୍ରତିଶ୍ରୁତି ଏବେ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍‌, ବୋମା କିମ୍ବା ତୋପ ସହିତ ଶେଷ ହୁଏ। କୂଟନୀତି ସେମାନଙ୍କ ପାଇଁ କିଛି ଅର୍ଥ ରଖେ ନାହିଁ।” ଜେଲେନ୍‌ସ୍କିଙ୍କ କହିବାନୁସାରେ ଏହି ଆକ୍ରମଣ ପ୍ରମାଣ କରୁଛି ଯେ, ରୁଷ୍‌ର ସମ୍ପୂର୍ଣ୍ଣ ଆକ୍ରମଣକୁ ବନ୍ଦ କରିବାରେ କୌଣସି ଆଗ୍ରହ ନାହିଁ, ଯାହା ଫେବୃଆରୀ ୨୦୨୨ ରେ ଆରମ୍ଭ ହୋଇଥିଲା। “ଏହା ଜାରି ରହିବାର କେବଳ ଗୋଟିଏ କାରଣ ଅଛି – ରୁଷ୍ ଯୁଦ୍ଧବିରତି ଚାହୁଁନାହିଁ, ଏବଂ ସମଗ୍ର ବିଶ୍ୱ ଏହାକୁ ଦେଖୁଛି। ଏବେ ସୁଦ୍ଧା ଏକ ଯୁଦ୍ଧବିରତି ହୋଇପାରିଥାନ୍ତା, କିନ୍ତୁ ପୁତିନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଅନ୍ୟପକ୍ଷେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ, ଏହା “ସହରର ଏକ ରେଷ୍ଟୁରାଣ୍ଟ ଉପରେ ଏକ ଉଚ୍ଚ-ବିସ୍ଫୋରକ କ୍ଷେପଣାସ୍ତ୍ର ସହିତ ଏକ ସଠିକ୍ ଆକ୍ରମଣ କରାଯାଇଛି। ଏହି ରେଷ୍ଟୁରାଣ୍ଟରେ ୟୁକ୍ରେନ୍ ସେନାର କମାଣ୍ଡର ଏବଂ ପଶ୍ଚିମ ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ବୈଠକ କରୁଥିବା ନେଇ ସୂଚନା ମିଳିବା ପରେ ଆକ୍ରମଣ କରାଯାଇଛି।’ ରିପୋର୍ଟ ଅନୁଯାୟୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଗତ ମାର୍ଚ୍ଚ ମାସରେ ଏକ ନିଃସର୍ତ୍ତ ଏବଂ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଆମେରିକା-ୟୁକ୍ରେନର ମିଳିତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ସମୟରେ, କ୍ରେମଲିନ୍ କୃଷ୍ଣ ସାଗରରେ ଯେକୌଣସି ସମ୍ଭାବ୍ୟ ଯୁଦ୍ଧବିରତିକୁ ପଶ୍ଚିମ କିଛି କଟକଣା ଉଠାଇବା ଉପରେ ସର୍ତ୍ତମୂଳକ ଭାବରେ ଗ୍ରହଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking