16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶୱାକଫ୍ ଶଂସୋଧନ ବିଲ୍‌କୁ ସମର୍ଥନ ନୀତୀଶଙ୍କୁ ମହଙ୍ଗା ପଡ଼ିଲା

ୱାକଫ୍ ଶଂସୋଧନ ବିଲ୍‌କୁ ସମର୍ଥନ ନୀତୀଶଙ୍କୁ ମହଙ୍ଗା ପଡ଼ିଲା

ପାଟନା: ଜେଡିୟୁ ୱାକଫ୍ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି। ତେବେ ଏହି ବିଲ୍‌କୁ ପାରିତ କରାଇବା ପଛରେ ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ବଡ଼ ହାତ ରହିଛି। ବିଲ୍‌କୁ ଜେଡିୟୁ ସମର୍ଥନ କରିଛି। ଏହା ଏନ୍‌ଡିଏ ପାଇଁ ଗୃହରେ ସମର୍ଥନ ସଂଖ୍ୟା ବୃଦ୍ଧି କରିଥିବା ବେଳେ ଜେଡିୟୁ ପାଇଁ କିନ୍ତୁ ବୁମେରାଂ ସାବ୍ୟସ୍ତ ହୋଇଛି। ବିହାରର କ୍ଷମତାସୀନ ଜେଡିୟୁ ଏହି ବିଲ୍‌କୁ କେନ୍ଦ୍ରରେ ସମର୍ଥନ ଦେବା ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ମହମ୍ମଦ କାସିମ୍ ନାମକ ଦଳର ଜଣେ ବରିଷ୍ଠ ମୁସଲିମ୍ ବିଧାୟକ ଏବେ ଜେଡିୟୁରୁ ଆକସ୍ମିକ ଭାବେ ଇସ୍ତଫା ଦେଇଛନ୍ତି। ତେବେ କେବଳ ଏହି ଜଣେ ମୁସଲିମ୍ ନେତା ନୁହଁନ୍ତି ବରଂ ଦଳରେ ଥିବା ସମସ୍ତ ମୁସଲିମ୍ ନେତା, କର୍ମୀମାନେ ମଧ୍ୟ ଏବେ ନୀତୀଶଙ୍କ ଉପରେ ଅସନ୍ତୁଷ୍ଟ ତଥା କ୍ଷୁବ୍ଧ ହୋଇପଡିଛନ୍ତି। ଜେଡିୟୁ ଏମ୍‌ଏଲ୍‌ସି ଗୁଲାମ ଗୌସ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଗୁଲାମ ରସୁଲ ବାଲିୟାଭି ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ମହମ୍ମଦ କାସିମ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଇସ୍ତଫାର କାରଣ ୱାକଫ୍ ସଂଶୋଧନ ବିଲ ପ୍ରତି ସମର୍ଥନ ବୋଲି କୁହାଯାଉଛି। ଯଦିଓ ଏହା କେବଳ ଆରମ୍ଭ କିନ୍ତୁ ଜେଡିୟୁରେ ମୁସଲିମ ନେତାମାନେ ଯେପରି କ୍ଷୁବ୍ଧ, ଆଗାମୀ ସମୟରେ ଅନେକ ବଡ଼ ମୁହଁ ଦଳ ଛାଡିପାରନ୍ତି। ଗୁଲାମ ରସୁଲ ବାଲିଆଭି ମଧ୍ୟ ଜେଡିୟୁ ଛାଡିବେ ବୋଲି ଅନୁମାନ କରାଯାଉଛି। ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଜେଡିୟୁ ପାଇଁ ଏପ୍ରକାର ଘଟଣା ଚିନ୍ତା ବଢ଼ାଇଦେଇଛି। ମୁସଲିମ ସଂଗଠନ ଏବଂ ସମାଜ ଦ୍ୱାରା ସୃଷ୍ଟି କରାଯାଉଥିବା ଚାପ ମୁସଲିମ ନେତାମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking